ରାଜଧାନୀରେ କଂସ ମହାରାଜ୍ । ମନ୍ତ୍ରୀପରିଷଦ ବର୍ଗଙ୍କ ସହ ପଥୋତ୍ସବ ବୁଲିଦେଖୁଛନ୍ତି ମଥୁରା ନରେଶ

110

କନକ ବ୍ୟୁରୋ: ରାଜଧାନୀର ପଥୋତ୍ସବରେ ମହାରାଜ କଂସ । ଆଜି ସକାଳୁ ସକାଳୁ ପଥୋତ୍ସବରେ ଗହଳି ଜମିଛି । ଆଉ ଏଥିରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ମହାରାଜ କଂସ । ମଥୁରାର ମହାରାଜ ନିଜ ମନ୍ତ୍ରୀ ଓ ପରିଷଦ ବର୍ଗଙ୍କ ସହ ପଥୋତ୍ସବ ବୁଲିଦେଖୁଛନ୍ତି ।

ମହାରାଜ କଂସଙ୍କୁ ପାଖରୁ ଦେଖିବା ପାଇଁ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଏହାଛଡା ମହାରାଜଙ୍କ ସହ ଯୁବପୀଢି ସେଲଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏହାପରେ ପଥୋତ୍ସବର ମଂଚରେ ମହାରାଜଙ୍କ ଅଭିନୟ ରାଜଧାନୀବାସୀଙ୍କ ମନ ମୋହିଛି ।