ଛତିଶଗଡ କୋଂଟା ଢାବାରେ କଙ୍ଗାରୁ କୋର୍ଟ। କଥା କଟାକଟିରୁ ଉତ୍ତରପ୍ରଦେଶର ବୟସ୍କ ବ୍ୟକ୍ତିଙ୍କୁ ନିର୍ଧୁମ ମାଡ ମାରିଲେ ଢାବା ମାଲିକ। 

80

କନକ ବ୍ୟୁରୋ: ବିଚ ରାସ୍ତାରେ କଙ୍ଗାରୁ କୋର୍ଟ । ବରିଷ୍ଠ ନାଗରିକଙ୍କୁ ନିର୍ଧୁମ ଛେଚିଲେ ଢାବା କର୍ମଚାରୀ । ମାଡମାରିବା ସହ ଗରମ ତେଲ ବି ଢାଳି ଦେଲେ । ଏମିତି ମାରିଲେ ଯେ, ୬୦ ବର୍ଷର ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି । ମାଲାକନଗିରି ଥାନାରେ ଏଭଳି ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି, ଉତ୍ତରପ୍ରଦେଶ କ୍ରିଷ୍ଣନଗରର ଶଙ୍କର ବିଶ୍ୱାସ । ନିଜ ସମ୍ପର୍କୀୟଙ୍କ ଦଶାହକାର୍ଯ୍ୟରେ ଯୋଗଦେବାକୁ ଉତ୍ତରପ୍ରଦେଶରୁ ମାଲକାନଗିରି ଜିଲ୍ଲା ଏମଭି-୪୨ ଗାଁକୁ ଆସୁଥିଲେ । ତେବେ ତାଙ୍କ ପଇସା ହଜିଯିବାରୁ ଛତିଶଗଡ କୋଂଟା ଠାରେ ଅଟକି ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ଏକ ଢାବା ମାଲିକ ଓ କର୍ମଚାରୀଙ୍କ ସହ ଗଣ୍ଡଗୋଳ ହୋଇଥିଲା । ପାଟିତୁଣ୍ଡ ହେବାରୁ ଢାବା ମାଲିକ ଓ କର୍ମଚାରୀମାନେ ମିଳିମିଶି ବରିଷ୍ଠ ନାଗରିକଙ୍କୁ ନିସ୍ତୁକ ମାଡ ମାରିଥିଲେ ।

ଗରମ ତେଲ ଢାଳିବା ସହ ତାଙ୍କ ଦେହରେ ଗରମ ଚେଙ୍କ ଦେଇଥିଲେ । ପରେ ଗୁରୁତର ଅବସ୍ଥାରେ ଏକ ଅଟୋ ଯୋଗେ ମାଲାକନଗିରି ଏମଭି ୪୨ ଗାଁକୁ ପଠାଇ ଦେଇଥିଲେ କୋଂଟା ଢାବା ମାଲିକ । ତେବେ ସମ୍ପର୍କୀୟ ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନା ନେବା ବାଟରେ ହିଁ ଶଙ୍କରଙ୍କ ମୃତ୍ୟୁ ହୋଇଛି । ଏନେଇ ମୃତକଙ୍କ ସଂପର୍କୀୟ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।