କଂଗ୍ରେସର ପଲିଟିକାଲ ପିଚ୍ କନ୍ଧମାଳ : ସ୍ଥିତି ଅନୁଧ୍ୟାନ ପାଇଁ ୫ କେନ୍ଦ୍ରୀୟ ସଦସ୍ୟଙ୍କ ଗୁମୁଡୁମାହା ଗସ୍ତ

33

କନ୍ଧମାଳ : କନ୍ଧମାଳ ଗୁଳିକାଣ୍ଡ ନେଇ ଜୋର ଧରିଛି ରାଜନୀତି । ଗ୍ରାଉଣ୍ଡଜିରୋରେ ସ୍ଥିତି ଅନୁଧ୍ୟାନ ପାଇଁ ୫ କେନ୍ଦ୍ରୀୟ ସଦସ୍ୟ ଗୁମୁଡୁମାହା ଗସ୍ତ କରିଛନ୍ତି । ଏହି ଟିମରେ ଦୁଇ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଓ କିଶୋର ଚନ୍ଦ୍ର ଦେବ ଅଛନ୍ତି । ଏହାସହ କଂଗ୍ରେସର ଏହି ଟିମରେ କେ.ଏଚ. ମୁନିୟାପା, ଭୀମସେନ ପାଲା ଓ ଅରୁଣ ଓରାଂ ଅଛନ୍ତି । ସେମାନଙ୍କ ସହ ଓଡିଶା ସହପ୍ରଭାରୀ ଶୁଭଙ୍କର ସରକାର ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କନ୍ଧମାଳ ଗସ୍ତ କରିଛନ୍ତି । କଂଗ୍ରେସର ଏହି ବରିଷ୍ଠ ନେତାମାନେ ଗୁମୁଡୁୁମାହାରେ ପ୍ରାଣ ହରାଇଥିବା ଓ ଆହତ ହୋଇଥିବା ପରିବାର ସଦସ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆବଶ୍ୟକ ହେଲେ ସେଠାକାର ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା କିଶୋର ଚନ୍ଦ୍ର ଦେବ । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ପରେ ଦଳୀୟ ହାଇକମାଣ୍ଡଙ୍କ ସହ ଆଲୋଚନା କରାଯିବ ଏବଂ ପରବର୍ତୀ ସମୟରେ ସଂସଦରେ ମଧ୍ୟ ଏହି ପ୍ରସଙ୍ଗ ଉପସ୍ଥାପନ କରାଯିବ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ କିଶୋର ଚନ୍ଦ୍ର ଦେବ କହିଛନ୍ତି ।