କନକ ବ୍ୟୁରୋ : କନ୍ଧମାଳରେ ଭୟଙ୍କର ଦୁର୍ଘଟଣା । କନ୍ଧମାଳ ବାଲିଗୁଡା ନିକଟବର୍ତି ପୋଇଗୁଡା ଘାଟିରୁ ଓଲଟିପଡିଲା ମିନିଟ୍ରକ । ଟ୍ରକ ତଳେ ଚାପି ହୋଇ ଚାଲିଗଲା ୮ଜଣଙ୍କ ଜୀବନ । ଆଉ ୨୫ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଓ ଆହତଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ ନେଇ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଟ୍ରକଟି ଘାଟି ତଳକୁ ଖସି ପଡିବା ପରେ ସ୍ଥାନୀୟ ଲୋକମାନେ ଟ୍ରକ ତଳେ ଚାପି ହୋଇ ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଅଧିକାଂଶ ଲୋକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବାବେଳେ ୮ଜଣଙ୍କର ଅକାଳ ମୃତ୍ୟୁ ହୋଇଛି । କନ୍ଧମାଳ ଗଦାପୁରରୁ ବ୍ରାହ୍ମଣୀ ଗାଁକୁ ଯାଉଥିଲେ ସମସ୍ତେ । ସମସ୍ତେ ବ୍ରାହ୍ମଣୀ ଗାଁରେ ଏକ ଚର୍ଚ୍ଚରେ ଥିିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ବୋଲି କୁହାଯାଉଛି । ତେବେ ଲୋକମାନେ ଟ୍ରକ ଡାଲାରେ ଯାଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହି ଖବର ସମଗ୍ର ଅଂଚଳକୁ ସ୍ତବ୍ଧ କରିଦେଇଛି ।