ବୁଝୁନାହାଁନ୍ତି ରାଜା , ଥକିଗଲେ ନେତା ! କଂଗ୍ରେସ୍ ରାଜନୀତି ନେଇ ମୁହଁ ଖୋଲିଲେ ବିଧାୟକ

33

କନକ ବ୍ୟୁରୋ : କଂଗ୍ରେସରେ ନେତୃତ୍ୱ ପରିବର୍ତନ ନ ହେବାରୁ ଦଳ ତଳକୁ ତଳକୁ ଯାଉଛି । “ଅବୁଝା ରାଜାକୁ ପାଳଚୁଂଟା ମନ୍ତ୍ରୀ’’ ଭଳି ଅବସ୍ଥା ହୋଇଛି । ନିକଟରେ ହାଇକମାଣ୍ଡଙ୍କୁ ଭେଟି ଦିଲ୍ଲୀରୁ ଫେରିଥିବା ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜୁଲାଇ ୪ ତାରିଖରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସମୟରେ ପୁଣି କିଛି କଂଗ୍ରେସ କର୍ମୀ ଓ ନେତା ବିଜେପିରେ ଯୋଗ ଦେଇପାରନ୍ତି ।

ତେବେ କଂଗ୍ରେସରେ ନେତୃତ୍ୱ ପରିବର୍ତନ ନ ହେଲେ ଦଳ ଦୁର୍ବଳ ହେବାକୁ ଯାଉଛି ବୋଲି କହିଛନ୍ତି ଯୋଗେଶ ସିଂହ । ସେହିପରି କଂଗ୍ରେସର ବିପର୍ଯ୍ୟୟ ନେଇ ନିଜର ଅସହାୟତା ପ୍ରକାଶ କରିଛନ୍ତି ତଳସରାର କଂଗ୍ରେସ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ ।