କିନ୍ନର ବନିବେ ସୁରକ୍ଷାକର୍ମୀ ! ଜୟପୁର ପୌରପାଳିକାର ଅଭିନବ ପ୍ରୟାସ

56

କନକ ବ୍ୟୁରୋ : କିନ୍ନର ବନିବେ ସୁରକ୍ଷାକର୍ମୀ । ଆଉ କାହା ପାଖେ ହାତ ନପତାଇ ସମାଜରେ ସମ୍ମାନର ସହ ବଂଚିବେ । ଜୟପୁର ପୌରପାଳିକା ଆରମ୍ଭ କରିଛି ଏଭଳି ଏକ ପ୍ରୟାସ । ପ୍ରଥମେ କିନ୍ନର ମାନଙ୍କୁ ଏକ ମାସ ପ୍ରଶିକ୍ଷଣ, ତା ପରେ ସାର୍ଟିଫିକେଟ ମିଳିବା ପରେ ନିଯୁକ୍ତି ଦିଆଯିବ । ପୌରାଚଂଳର ବିଭିନ୍ନ ମେଡିକାଲରେ ସୁରକ୍ଷା କର୍ମୀ ହୋଇ ସୁରକ୍ଷା ଯୋଗାଇବେ କୋରାପୁଟ ଜିଲ୍ଲାର କିନ୍ନର । ଜାତୀୟ ସହରାଚଂଳ ଜୀବିକାରେ କିନ୍ନରଙ୍କୁ ସାମିଲ କରିବାକୁ ତାଲିମ ପ୍ରଦାନ କରାଯାଉଛି ।

ଏହା ଏକ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଛି । ଏହା ଯଦି ସଫଳ ହୁଏ ତାହା ହେଲେ ଆଗାମୀ ଦିନରେ ଅନ୍ୟ ଜିଲ୍ଳାରେ ମଧ୍ୟ ଆରମ୍ଭ କରାଯିବ ବୋଲି ପ୍ରଶାସନ କହିଛି । ଏଭଳି କାର୍ଯ୍ୟକ୍ରମ ରାଜ୍ୟରେ ପ୍ରଥମ । ଦିଲ୍ଳୀର ଏକ ଘରୋଇ ସଂସ୍ଥାକୁ କିନ୍ନର ମାନଙ୍କୁ ଟ୍ରେନିଂ ପାଇଁ ଦାୟିତ୍ୱ ଦିଆଯାଇଛି । କିନ୍ନରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜୟପୁର ମ୍ୟୁନିସିପାଲିଟିର ଏଭଳି ଅଭିନବ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।