ରାହୁଲ ବନାମ ନବୀନ ! କଂଗ୍ରେସ ସଭାପତିଙ୍କ ସଭାକୁ କାଉଣ୍ଟର କରି ୨୫ତାରିଖରେ ପୁରୀରେ ବିଜେଡିରେ କାଳିଆ ସମାବେଶ

ଲକ୍ଷେ ଲୋକଙ୍କୁ ଏକାଠି କରିବାକୁ ବିଧାୟକଙ୍କୁ ଦାୟିତ୍ୱ

205

କନକ ବ୍ୟୁରୋ : ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧି ବନାମ ନବୀନ ଶୋ ।  ବିଜେପି ପରେ କଂଗ୍ରେସକୁ ଟକ୍କର ଦେବାକୁ ଅଂଟା ଭିଡିଛି ବିଜେଡି । ଆସନ୍ତା ୨୫ ତାରିଖରେ ଓଡ଼ିଶା ଗ୍ରସ୍ତ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଭୁବନେଶ୍ୱରରେ ହେବ ସମାବେଶ । ଏହି ସଭାରେ ୨ଲକ୍ଷ ଲୋକ ସମାଗମ କରିବାକୁ ଲକ୍ଷ୍ୟ ରଖିଛି ଦଳ । ରାହୁଲ ସାଧାରଣ ସଭା ବ୍ୟତୀତ ସିଭିଲ ସୋସାଇଟି, ଚାଷୀ, ହାଲ ପ୍ରତିନିଧିଙ୍କୁ ଭେଟିବେ । ଏହା ସହ ସାମ୍ବାଦିକ ସମ୍ମିଳନୀ କରିବେ ରାହୁଲ । ୨୫ ତାରିଖ ଦିନ ୧୦ଟାରୁ ୫ଟା ଯାଏଁ ରାହୁଲଙ୍କ କାର‌୍ୟ୍ୟକ୍ରମ ରହିଛି । ତେବେ ରାହୁଲ ଗାନ୍ଧି ଆସନ୍ତା ୨୫ ତାରିଖ ଓଡିଶା ଗସ୍ତ ସାରିବା ପରେ ପୁଣି ଦୁଇ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ସୂଚନା ମୁତବାକ ଆସନ୍ତା ଫେବୃୟାରୀ ୫ ତାରିଖ ଏବଂ ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।

ଆଉ ଏହାକୁ କାଉଁଟର କରିବାକୁ  ବିଜେଡି ପୁରୀରେ ଆୟୋଜନ କରିଛି କାଳିଆ ସମାବେଶ । ଏଥିପାଇଁ ଲକ୍ଷେ ଲୋକଙ୍କୁ ଏକାଠି କରିବାକୁ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ଦଳ ତରଫରୁ ପ୍ରାକ-ପ୍ରସ୍ତୁତି ବି ଆରମ୍ଭ ହୋଇଛି । ଜିଲ୍ଲାର ୬ ଜଣ ବିଧାୟକ ଏକାଠି ହୋଇଛନ୍ତି । ପୁରୀର ମାଳତୀପାଟପୁରରେ ଏହି ସମାବେଶ ଆୟୋଜନ କରାଯିବ । ଏଥିପାଇଁ ପୁରୀର ୬ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱରରେ ରାହୁଲ ଗର୍ଜିବାକୁ ଥିବାବେଳେ ପୁରୀ ସମାବେଶରେ ଯୋଗଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ