ଜମ୍ମୁରେ ବଡ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପଣ୍ଡ : ଦିଲ୍ଲୀରେ ଅନୁପ୍ରବେଶ ଉଦ୍ୟମ ବେଳେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ୮ ଗ୍ରେନେଡ୍ ସହ ନଗଦ ଟଙ୍କା ଜବତ

48

କନକ ବ୍ୟୁରୋ : ଜମ୍ମୁରେ ବଡଧରଣ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପଣ୍ଡ । ଦିଲ୍ଲୀରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ଆତଙ୍କବଦୀଙ୍କୁ ଗିରଫ କରିବା ସହ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ପୁଲିସ । ଜମ୍ମୁ ଗାନ୍ଧୀନଗର ଅଂଚଳରୁ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ତାନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏଥିମଧ୍ୟରେ ୮ଟି ଗ୍ରେନେଡ ରହିଥିବାବେଳେ ନଗଦ ୬୦ହଜାର ଟଙ୍କା ଜବତ କରାଯାଇଛି । ଗୁଇନ୍ଦା ସୂଚନା ପାଇବା ପରେ ଗାନ୍ଧନିଗର ଅଂଚଳରେ ପୁଲିସ ଛାପା ମାରିଥିଲା । ତେବେ ବସରେ ଯାଉଥିବାବେଳେ ଏହି ଆତଙ୍କବାଦୀକୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀ ପୁଲୱାମା ଜିଲ୍ଲା ଅବନ୍ତିପୁରାର ଅରଫାନ ୱାନି ।

terrorist
image courtesy-https://aajtak.intoday.in

ସେପଟେ ଅଗଷ୍ଟ ୧୫ରେ ବଡ ଧରଣା ଆକ୍ରମଣ ଯୋଜନା କରୁଛି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଗୁଇନ୍ଦା ବିଭାଗ ଏନେଇ ହାଇଆଲର୍ଟ ଜାରି କରିବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସ୍ୱାଧୀନତା ଦିବସରେ ଦିଲ୍ଲୀରେ ବଡ ଧରଣର ଆକ୍ରମଣ କରିବା ପାଇଁ ଆତଙ୍କବାଦୀ ସଂଗଠନ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଏଥିପାଇଁ ଜୈଶ ସଂଗଠନ ତାର ଦୁଇ ଟପ କମାଣ୍ଡର- ଇବ୍ରାହିମ ଇସମାଇଲ ଓରଫ ଲମ୍ବୁ ଓ ଉମରକୁ ଦାୟିତ୍ୱ ଦେଇଛି । ଏହି ଦୁଇ ଆତଙ୍କବାଦୀ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଦେଇ ଭାରତ ମାଟିରେ ପ୍ରବେଶ କରିସାରିଥିବା ଗୁଇନ୍ଦା ବିଭାଗ ସତର୍କ କରାଇ ଦେଇଛି । ଗୁଇନ୍ଦା ବିଭାଗ କହିଛି ଉମର ହେଉଛି ଜୈଶ ମୁଖ୍ୟ ମାସୁଦ ଆଜହରର ବଡଭାଇ ଇବ୍ରାହିମ ଆଜହରର ପୁଅ ଏବଂ ଲମ୍ବୁ ହେଉଛି ଇବ୍ରାହିମର ଦେହରକ୍ଷୀ । ଏଥିସହ ପାକ ଅଧିକୃତ କାଶ୍ମୀରରେ ପ୍ରାୟ ୬ଶହ ଆତଙ୍କବାଦୀ ଭାରତକୁ ପ୍ରବେଶ ଅପେକ୍ଷାରେ ଥିବା ଗୁଇନ୍ଦା ସୂଚନା ଦେଇଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଦିଲ୍ଲୀରେ ହାଇଆଲର୍ଟ ଜରି କରାଯିବା ସହ ସୁର କ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଦିଲ୍ଲୀ ପ୍ରବେଶପଥରେ ଗାଡିମୋଟର ଅଟକାଇ କଡାକଡି ଯାଂଚ କରାଯାଉଛି ।