ଯାଜପୁର : ରାସ୍ତା ମରାମତି ଦାବିରେ ଜିଲ୍ଳାପାଳ ଅଫିସ ଘେରାଉ କଲେ ଲୋକେ

16

କନକ ବ୍ୟୁରୋ : ରାସ୍ତା ମରାମତି ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଲୋକେ ଜିଲ୍ଳାପାଳ ଅଫିସ ଘେରାଉ କରିଛନ୍ତି । ଯାଜପୁର ପଣସା ପଂଚାୟତର ବିନ୍ଧାଣ–ମୋଟରଂଗାପାଳ ରାସ୍ତାର ଅବସ୍ଥା ଶୋଚନୀୟ ହେବା ପ୍ରତିବାଦରେ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ଏହି ରାସ୍ତା ଉପରେ ଆଖପାଖର ୫ରୁ ଉର୍ଦ୍ଧ ଗାଁ ନିର୍ଭର କରୁଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନି ଦେଇଛନ୍ତି ଗ୍ରାମବାସୀ । ସେପଟେ ଏହି ସମସ୍ୟା ନେଇ ଅବଗତ ଅଛି ପ୍ରଶାସନ ଓ ଖୁବ ଶିଘ୍ର ଏହାର କାମ ଆରମ୍ଭ ହେବ ବୋଲି ଜିଲ୍ଳାପାଳ ପ୍ରତିଶ୍ର୍ରୁତି ଦେଇଛନ୍ତି ।