ଆଜି ରାତିରେ ବି ଚାଲିବ ଜଗାଦର୍ଶନ: ହେବନି ମହାପ୍ରଭୁଙ୍କ ପହଡ

261

କନକ ବ୍ୟୁରୋ: ରାତି ପାହିଲେ କାର୍ତିକ ପୂର୍ଣ୍ଣିମା । ଏପଟେ ସାରା ରାତି ଜଗା ଦର୍ଶନର ସୁଯୋଗ ପାଇବେ ଭକ୍ତ । ପଂଚୁକ ତଥା ପୂର୍ଣ୍ଣମୀ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜର ରଖି ରାତିସାରା ଜଗା ଦର୍ଶନର ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । ଆଜି ରାତିରେ ମହାପ୍ରଭୁଙ୍କ ପ୍ରତୀକାତ୍ମକ ପହଡନୀତି କରାଯିବ । ସେପଟେ କାର୍ତିକ ପୂର୍ଣ୍ଣିମାରେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ୬୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ।

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । ପବିତ୍ର କାର୍ତିକ ମାସର ଅନ୍ତିମ ଦିନ । ଆଉ କାଲି ମହାପ୍ରଭୁ ଭକ୍ତଙ୍କୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ । ଏଥିପାଇଁ ଲକ୍ଷାଧିକ ଭକ୍ତଙ୍କ ପୁରୀକୁ ସୁଅଛୁଟିଛି । ଏହାକୁ ଦୃଷ୍ଟିରେ ଆଜି ରାତି ସାରା ପୁରୀରେ ଚାଲିବ ଜଗା ଦର୍ଶନା କାଲି ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଯେଉଁ ଭକ୍ତମାନେ ଚାହିଁବେ ସେମାନେ ଆସି ରାତିରେ ଜଗାକାଳିଆଙ୍କୁ ଦର୍ଶନ କରିପାରିବେ । ଆଜି ରାତିରେ ମହାପ୍ରଭୁଙ୍କ କେବଳ ପ୍ରତୀକାତ୍ମକ ପହଡ ହେବ । ଆଜି ଜଗାଙ୍କୁ ଦର୍ଶନ କରି ଭକ୍ତ ଖୁସି ଥିବାବେଳେ କାଲି ମହାପ୍ରଭୁଙ୍କ ସୁନାବେଶ ପାଇଁ ଭକ୍ତଙ୍କ ଉକ୍ରଣ୍ଠା ବଢିଛି ।

କାଲି ମହାପ୍ରଭୁଙ୍କ ସୁନାବେଶକୁ ଦୃଷ୍ଟିରେ ରଖି ପ୍ରଶାସନ ବିଶେଷ ବ୍ୟବସ୍ଥା କରିଛି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

-ଭିଡ ନିୟନ୍ତ୍ରଣ ପାଇଁ ୬୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ
-ମନ୍ଦିର ଭିତରେ କେବଳ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ
-ବେଳାଭୂମିରେ ପୁଲିସ ଓ ଲାଇଫଗାର୍ଡ ରହିବେ
-ମାର୍କେଟ ଛକଠାରୁ ଶ୍ରୀ ମନ୍ଦିର ଯାଏଁ ନୋ ଭେଇକଲ ଜୋନ

ରାତି ବଢିବା ସହ ପୁରୀରେ ଭକ୍ତଙ୍କ ଭିଡ ବି ବଢୁଛି । ଏଥର କାର୍ତିକ ପୂର୍ଣ୍ଣିମା ଭକ୍ତଙ୍କ ଭିଡ ଦୁଇଗୁଣା ଅଧିକ ହେବା ସମ୍ଭାବନା ଥିବାରୁ ପ୍ରଶାସନ କଡା ନଜର ରଖିଛି ।