ବାହୁଡିବେ ଜଗା ବଳିଆ । ଏମ୍ସରୁ ଡିସଚାର୍ଜ ପାଇଁ ପହଚିଂଲେ ଓଡିଶାର ୫ଜଣିଆ ଡାକ୍ତରୀ ଦଳ

30

କନକ ବ୍ୟୁରୋ: ବାହୁଡିବେ ଜଗା ବଳିଆ । ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିବାରୁ ଉଭୟ ଓଡିଶା ଫେରିବେ । ଜଗା ୯୮ ପ୍ରତିଶତ ସୁସ୍ଥ ହୋଇଥିବା ବେଳେ ବଳିଆ ୭୦ ପ୍ରତିଶତ ସୁସ୍ଥ ଅଛି । କେବେଳ ଉଭୟଙ୍କ ପାଇଁ ଡ୍ରେସିଂ ଆବଶ୍ୟକ । ଯେଉଁଟା କଟକ ଓ ଭୁବନେଶ୍ୱରରେ ବି ହୋଇପାରିବ । ଜଗା ବଳିଆଙ୍କୁ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡିଶାର ୫ ଜଣିଆ ଡାକ୍ତରୀ ଦଳ ଏମ୍ସରେ ପହଚିଂଛନ୍ତି ।

ଉଲ୍ଲେଖାଥାଉ କି, ନିକଟରେ ଏମ୍ସରେ ଚିକିତ୍ସାଧୀନ ଜଗାକୁ ସ୍ୱତନ୍ତ୍ର ହେଲମେଟ ପିନ୍ଧାଯାଇଥିଲା। ଖପୁରିକୁ ସୁରକ୍ଷିତ ରଖିବା ସହ ସଂକ୍ରମଣ ନହେବା ପାଇଁ ଏହି ହାଲୁକା ହେଲମେଟ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି । ଅନ୍ୟପଟେ ଜଗା ବଳିଆ ସଂପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଡ଼ିସଚାର୍ଜ ନକରିବା ପାଇଁ ବରିଷ୍ଠ ଆଇନଜୀବୀ ତଥା ମାନବଧୀକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବଧିକାର କମିସନ ଓ ଅନୁସୂଚିତ ଜନଜାତି କମିସନଙ୍କୁ ନିବେଦନ କରିଥିଲେ ।

ଏଭଳି ପରିସ୍ଥିତିରେ ଜଗା ବଳିଆଙ୍କୁ ଓଡ଼ିଶା ସ୍ଥାନାନ୍ତର କରାଗଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତୀ ଘଟିବାର ଆଶଙ୍କା କରି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ତେବେ ଜଗା-ବଳିଆଙ୍କ ଚିକିତ୍ସା ପାଇଁ ଓଡ଼ିଶାରେ ଆବଶ୍ୟକ ଭିତିଭୂମି ଓ ସୁବିଧା ନାହିଁ ବୋଲି ଶ୍ରୀ ତ୍ରିପାଠୀ ତାଙ୍କ ପିଟିସନରେ ଉଲ୍ଲେଖ କରିଥିଲେ । କିନ୍ତୁ ଅନ୍ୟପଟେ ଦୁଇ ଶିଶୁଙ୍କୁ ଡ଼ିସଚାର୍ଜ କରାଯିବା ପ୍ରକିୟା ଆରମ୍ଭ ହୋଇଥିବା ମିଳିଥିବା ସୂଚନାରୁ ଜଣାଯଡିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓ କଟକ ଏସବିର ୫ ଜଣିଆ ଡ଼ାକ୍ତରୀ ଦଳ ନିକଟରେ ଦିଲ୍ଲୀ ଏମ୍ସ ଗସ୍ତ କରି ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂର୍ପକରେ ଅନୁଧ୍ୟାନ କରିଥିଲେ । ତେବେ ଜଗା ବଳିଆଙ୍କୁ ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡିଶାର ୫ ଜଣିଆ ଡାକ୍ତରୀ ଦଳ ଏମ୍ସରେ ପହଚିଂଛନ୍ତି ।