ଏହି ଦୁଇ ରେଳ ଧାରଣାରେ ଦୌଡିବ ଦେଶର ପ୍ରଥମ “ବେସରକାରୀ ଟ୍ରେନ୍” ! ଟ୍ରେନ୍ ଭିତରେ ବିମାନ ଭଳି ସବୁ ସୁବିଧା ପାଇବେ ଯାତ୍ରୀ ।

9,687

ଦିଲ୍ଲୀ ଏବଂ ଲକ୍ଷ୍ନୌ ମଧ୍ୟରେ ଚାଲୁଥିବା ତେଜସ୍ ଏକ୍ସପ୍ରେସ୍ ଦେଶର ପ୍ରଥମ ବେସରକାରୀ ଟ୍ରେନ୍ ହୋଇପାରେ । ସୁଚନା ମୁତାବକ , କିଛି ଖାସ୍ ଟ୍ରେନକୁ ବେସରକାରୀ ସଂସ୍ଥାର ଦାୟିତ୍ୱରେ ଦେବାକୁ ରେଳବାଇ ନିଷ୍ପତ୍ତି ନେଇଛି । ଅହମ୍ମଦାବାଦ-ମୁମ୍ବାଇ ସେଣ୍ଟ୍ରାଲ୍ ତେଜସ୍ ଏକ୍ସପ୍ରେସ୍ ଏବଂ ଦିଲ୍ଲୀ-ଲକ୍ଷ୍ନୌ ତେଜସ୍ ଏକ୍ସପ୍ରେସ୍ କୁ ପାଇଲଟ୍ ପ୍ରୋଜେକ୍ଟରେ ଆଇଆରସିଟିସିକୁ ଦାୟିତ୍ୱ ପ୍ରଦାନ କରାଯିବ । ଏହାସହ ଏହି ଟ୍ରେନ୍ ମାନଙ୍କ ଭଡା ମଧ୍ୟ ଆଧାରିତ ହେବ ଯାହାକୁ ଆଇଆରସିଟିସି ଧାର୍ଯ୍ୟ କରିବେ । ଆପଣଙ୍କୁ କହିରଖୁଛୁ ଦିଲ୍ଳୀରୁ ୨୦୧୬ ମସିହାରେ ତେଜସ୍ ଏକ୍ସପ୍ରେସ୍ ଚାଲିବାର ଘୋଷଣା କରାଯାଇଥିଲା ।

ପାଇଲଟ୍ ପ୍ରୋଜେକ୍ଟ ରୂପରେ ୨ ଟି ଟ୍ରେନ୍ କୁ ତିନି ବର୍ଷ ପାଇଁ ରେଳବାଇର ପର୍ଯ୍ୟଟନ ଏବଂ ଖାଦ୍ୟପେୟ ଶାଖା ପ୍ରଦାନ କରିବା ପାଇଁ ରେଲୱେ ବୋର୍ଡ ଦ୍ୱାରା ପ୍ରସ୍ତୁତ କରାଯାଉଛି । ବ୍ଲୁପ୍ରିଣ୍ଟ୍ ଅନୁସାରେ ଏହି ଟ୍ରେନମାନଙ୍କୁ କୌଣସି ବିଶେଷାଧିକାର କିମ୍ବା ଡ୍ୟୁଟି ପାସ୍ ର ଅନୁମତି ଦିଆଯାଇପାରିବ ନାହିଁ । ରେଳବାଇ ତରଫରୁ ଦିଆଯାଇଥିବା ରିପୋର୍ଟ ମାଧ୍ୟମରେ ଆଇଆରସିଟିସିକୁ ଦିଆଯାଇଥିବା ଟ୍ରେନର ଟିକେଟ୍ ଜାଞ୍ଚ୍ ର ଦାୟିତ୍ୱ ଷ୍ଟାଫ୍ ଙ୍କ ଦ୍ୱାରା କରାଯିବ ନାହିଁ । ଦୁଇ ଟ୍ରେନର ଭିନ୍ନ ନମ୍ବର ହେବା ସହ ରେଲୱେ ଷ୍ଟାଫ୍ ଲୋଗୋ , ଗାର୍ଡ ଏବଂ ଷ୍ଟେସନ ମାଷ୍ଟରଙ୍କ ଦ୍ୱାରା ପରିଚାଳିତ କରାଯିବ । ଦୁଇ ଟ୍ରେନକୁ ଶତାବ୍ଦୀ ଟ୍ରେନ୍ ଭଳି ସମ୍ପୁର୍ଣ୍ଣ ସୁବିଧା ଦିଆଯିବ ।

ମିଳିବ ବିମାନ ଭଳି ସେବା : ବିମାନ ଭଳି ତେଜସ୍ ଏକ୍ସପ୍ରେସର ପ୍ରତିଟି ସିଟରେ ଏଲସିଡି ସ୍କ୍ରୀନ୍ ଲାଗିବ । ପ୍ରତିଟି ସିଟରେ ଆଟେଣ୍ଡାଣ୍ଟ୍ ସୁଇଚ୍ ଲାଗିଛି ଯାହାକୁ ଦବାଇ ଆପଣ ନିଜ ସୁବିଧା ପାଇଁ ଆଟେଣ୍ଡାଣ୍ଟ୍ କୁ ଡକାଇ ପାରିବେ । ଏହି ଟ୍ରେନରେ ଏଲଇଡି ଲାଇଟ୍ ଲାଗିଛି । ସିଗାରେଟ୍ କୁ ଲିଭାଇବା ପାଇଁ ଅଟୋ ଡିଟେକ୍ଟର ଲାଗିଛି । ଏହି ଟ୍ରେନରେ ସିସିଟିଭି କ୍ୟାମେରା ସୁବିଧା ମଧ୍ୟ ରହିଛି । ପ୍ରତିଟି ସିଟରେ ଚାର୍ଜିଙ୍ଗ୍ ଏବଂ ୟୁଏସବି କେବଲ ଲାଗିଛି ।