ହକି ବିଶ୍ୱକପ ପାଇଁ ଭୁବନେଶ୍ୱରରେ ଭାରତୀୟ ଦଳ : ଆସନ୍ତାକାଲିଠୁ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଭ୍ୟାସ

107

କନକ ବ୍ୟୁରୋ : ହକି ବିଶ୍ୱକପ୍ ପାଇଁ ପହଞ୍ଚିଲା ଭାରତୀୟ ଦଳ । ଭାରତୀୟ ଦଳର ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ସଂଧ୍ୟା ସୁଦ୍ଧା ରାଉରକେଲାରେ ପହଞ୍ଚିବେ । ବିଶ୍ୱକପର ପ୍ରଥମ ଦଳ ଭାବେ ଘରୋଇ ଦଳ ରାଉରକେଲାରେ ପହଞ୍ଚିବ ।

ଆସନ୍ତାକାଲିଠାରୁ ଭାରତୀୟ ଖେଳାଳି ନିୟମିତ ଭାବେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଭ୍ୟାସ କରିବ । ଜାନୁଆରୀ ପ୍ରଥମ ସପ୍ତାହରୁ ବିଦେଶୀ ଦଳ ଗୁଡ଼ିକ ଭୁବନେଶ୍ୱର ଓ ରାଉକେଲାରେ ପହଞ୍ଚିବେ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ନବ ନିର୍ମିତ ହୋଟେଲରେ ଭାରତୀୟ ଖେଳାଳିଙ୍କ ରହିବାର ବ୍ୟବସ୍ଥା ହୋଇଛି । ଏଠାରେ ୪ଟି ବ୍ଲକ ରହିଛି । ପ୍ରତି ବ୍ଲକରେ ୨୭ରୁ ଅଧିକ କୋଠରୀ ଅଛି । ହୋଟେଲରେ ଅତ୍ୟାଧୁନିକ ସମସ୍ତ ସୁବିଧା ସୁଯୋଗ ରହିଛି ।