ଆମେରିକାରେ ଭାରତୀୟ ଛାତ୍ରଙ୍କୁ ନିର୍ମମ ହତ୍ୟା, ଲୁଟପାତ ପରେ ଆନ୍ଧ୍ରପ୍ରଦେଶ ଯୁବକଙ୍କୁ ଗୁଳିମାଡ କରି

461

କନକ ବ୍ୟୁରୋ : ଆମେରିକାରେ ପୁଣି ଭାରତୀୟ ଯୁବକଙ୍କୁ ହତ୍ୟା । ଆନ୍ଧ୍ରପ୍ରଦେଶ ଅମରାବତୀର ୨୪ବର୍ଷ ବୟସ୍କ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡିଛି । ଓହିୟୋ ନିକଟରେ ଦୁବୁର୍ତଙ୍କ ଆକ୍ରମଣର ଶିକାର ହେବା ପରେ ସାଇଶବୀରା ନାମକ ଯୁବକ ଗୁରୁତର ଆହତ ହୋଇଥିଲେ । ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ନିକଟରେ ସାଇଶବୀରା ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ । ପରିବାରର ସେ ପ୍ରଥମ ସଦସ୍ୟ ଥିଲେ ଯିଏ ବିଦେଶରେ ପାଠ ପଡିବା ପାଇଁ ମୌକା ପାଇଥିଲେ । ତେବେ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ସାଇଶବୀରାଙ୍କ ପରିବାର । ଯଥାଶିଘ୍ର ପୁଅ ଶବ ଘରକୁ ଆଣିବା ପାଇଁ ଭାରତ ସରକାରଙ୍କ ନିକଟରେ ଗୁହାରୀ ଜଣାଇଛନ୍ତି ।