ଚାମ୍ପିୟନସ ଟ୍ରଫି ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା : କୋହଲି ଅଧିନାୟକ, ଯୁବରାଜ ଓ ଧାୱନଙ୍କୁ ସୁଯୋଗ

18

କନକ ବ୍ୟୁରୋ : ଇଂଲଣ୍ଡରେ ବିପକ୍ଷ ଚାମ୍ପିୟନସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ବିସିସିଆଇ ଘୋଷଣା କରିଛି ୧୫ଜଣିଆ ଭାରତୀୟ ଦଳ । ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ଦଳରେ ସ୍ଥାନ ପାଇଛନ୍ତି ଯୁବରାଜ, ଶିଖର ଧାୱନ, ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ, ଉମେଶ ଯାଦବ, ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ଆର.ଅଶ୍ୱନୀ, ଓ ଯଶପ୍ରିତ୍ ବୁମରା । ଇଂଲଣ୍ଡ ବିପକ୍ଷ ଦଳରୁ ବାଦ ପଡିଛନ୍ତି ସୁରେଶ ରୈନା ଓ ଗୌତମ ଗାମ୍ଭୀର । ଜୁନ ପହିଲାରୁ ଇଂଲଣ୍ଡରେ ଟୁର୍ଣ୍ଣାମେଂଟ ଖେଳିବ ଟିମ୍ ଇଣ୍ଡିଆ ।