ଭାରତ-ଇଣ୍ଡିଜ୍ ଦିନିକିଆ ପାଇଁ ହେଉଛି ଟିକେଟ୍ କଳାବଜାରୀ, ୧୫ଶହରେ ବିକ୍ରି ହେଉଛି ୬ଟଙ୍କିଆ ଟିକେଟ୍ ।

470

କନକ ବ୍ୟୁରୋ: ବାରବାଟୀ ଦିନିକିଆର ଟିକେଟ୍ କଳାବଜାରୀ । ୬ଶହ ଟଙ୍କା ଟିକେଟର ଦାମ ୧୫ ଶହ ଟଙ୍କା । ଆସନ୍ତା ୨୨ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ଟିକେଟକୁ ନେଇ ଟଣା ଓଟରା ଆରମ୍ଭ ହୋଇଯାଇଛି । ଓଏଲଏକ୍ସରେ ବିକ୍ରି ହେଉଛି ଟିକେଟ୍ । ଜଣେ କ୍ରିଡାପ୍ରେମୀ ୬ ଶହ ଟଙ୍କାରେ ଗ୍ୟାଲେରୀ ନମ୍ବର ୪ର ଟିକେଟ୍ କିଣିଥିବା ବେଳେ ତାକୁ ଓଏଲଏକ୍ସରେ ବିକ୍ରି କରିବାକୁ ଉଦ୍ୟମ କରିଛନ୍ତି । ଆଉ ଦାମ୍ ରଖିଛନ୍ତି ୧୫ ଶହ ଟଙ୍କା ।

ତେବେ ଅନଲାଇନ ବିକ୍ରିର ପ୍ରଥମ ଦିନରେ ୧୫ ମିନିଟରେ ଟିକେଟ୍ ଶେଷ ହୋଇଯାଇଥିଲା । ୧୫ ମିନିଟ୍ ମଧ୍ୟରେ ୮ ହଜାର ଟିକେଟ୍ ସରିଯାଇଥିଲା । ଏହାପରେ ଗତ ଦୁଇ ଦିନ ଧରି ଓସିଏ ଅନୁବନ୍ଧିତ କ୍ଳବ ଓ କଲେଜକୁ ଟିକେଟ୍ ଦିଆଯାଇଛି । ଆସନ୍ତା ୧୯ ତାରିଖରେ କାଉଂଟରରେ ଟିକେଟ୍ ବିକ୍ରି ହେବ । ତେବେ ଏହା ଭିତରେ ଟିକେଟକୁ ନେଇ କଳାବଜାରୀର ଖବର ବି ସାମ୍ନାକୁ ଆସିଛି । ଯାହାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।