ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ । ୱେଷ୍ଟଇଣ୍ଡିଜ କୁଇନ୍ସ ପାର୍କ ଓଭାଲାରେ ଖେଳାଯିବ ମ୍ୟାଚ ।

195

କନକ ବ୍ୟୁରୋ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜକୁୁ ଭାରତ ୨-୦ରେ ଜିତି ସାରିଛି । ତେଣୁ ଆଜିର ମ୍ୟାଚ ଜିିତି ଦିନିକିଆ ସିରିଜ୍ କ୍ଲିନ ସୁଇପ କରିବା ଲକ୍ଷ୍ୟ ନେଇ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଲାଇବ । ଅନ୍ୟପଟେ ଚଳିତ ମାସରେ ବାଂଲାଦେଶ ଠାରୁ ୦-୩ରେ ସିରିଜ ହାରିଥିବା ଘରୋଇ ଦଳ ୱେଷ୍ଟଇଣ୍ଡିଜ ଆଉ ଏକ ଅନୁରୂପ ମୂଳପୋଛ ଏଡାଇବାକୁ ଚେଷ୍ଟା କରିବ ।

ଆଜିର ମ୍ୟାଚ ଜିତିି ଲଗାତାର ୮ଟି ମ୍ୟାଚରେ ପରାଜୟର ଧାରା ଭାଙ୍ଗିବାକୁ ମଧ୍ୟ ୱ୍ୱେଷ୍ଟଇଣ୍ଡିଜ ଉଦ୍ୟମ କରିବ । ଦିନିକିଆ ସିରିଜ୍ ଜିତି ସାରିଥିବାରୁ ଭାରତୀୟ ଦଳରେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ୱେଷ୍ଟଇଣ୍ଡିଜର କୁଇନ୍ସ ପାର୍କ ଓଭାଲରେ ଏହି ମ୍ୟାଚ ଖେଳାଯିବ ।