ହାଇଦ୍ରାବାଦ ଟେଷ୍ଟର ପ୍ରଥମ ଦିନରେ ଜମିଲା ଟିମ୍ ଇଣ୍ଡିଆ ବ୍ୟାଟିଂ : ବାଂଲାଦେଶ ବିପକ୍ଷରେ ଭାରତର ୩ ୱିକେଟରେ ୩୫୬ ରନ୍

27

କନକ ବ୍ୟୁରୋ : ହାଇଦ୍ରାବାଦ ଟେଷ୍ଟର ପ୍ରଥମ ଦିନରେ ଭାରତର ଆଧିପତ୍ୟ । ବାଂଲାଦେଶୀ ବୋଲରଙ୍କ ବିରୋଧରେ ଦେଖିବାକୁ ମିଳିଛି ଟିମ୍ ଇଣ୍ଡିଆର ବ୍ୟାଟିଂ ଚମକ । ପ୍ରଥମ ଦିନ ଶେଷରେ ୩ ୱିକେଟ୍ ହରାଇ ୩୫୬ ରନ୍ କରିଛି ଦଳ । ଦମଦାର ଫର୍ମ ବଜାୟ ରଖି ପ୍ରଥମ ଦିନରେ ଶତକ ହାସଲ କରିବା ସହ ଅପରାଜିତ ଅଛନ୍ତି ଅଧିନାୟକ ବିରାଟ କୋହଲି ।

୫୪ ତମ ଟେଷ୍ଟ ମ୍ୟାଚ୍ ଖେଳୁଥିବା କୋହଲି ୧୬ ତମ ଶତକ ହାସଲ କରିଛନ୍ତି । ଏହା ସହ ମୁରଲୀ ବିଜୟ ମଧ୍ୟ ଶତକ ହାସଲ କରିଛନ୍ତି । ଚେତେଶ୍ୱର ପୂଜାରା ମଧ୍ୟ ଉପଯୋଗୀ ୮୩ ରନ୍ ଯୋଡିଛନ୍ତି । ଷ୍ଟଂପସ ଅପସାରଣ ବେଳକୁ କୋହଲି ୧୧୧ ଓ ଅଜିଙ୍କ୍ୟା ରାହାଣେ ୪୫ ରନରେ ଅପରାଜିତ ଅଛନ୍ତି ।