ନବରଙ୍ଗପୁରରେ ଶିକୁଳିରେ ବନ୍ଧା ପଡିଛି ଶୈଶବ, ଖେଳକୁଦ ବୟସରେ ଗୋଡରେ ପଡିଛି ବେଡି।

82

କନକ ବ୍ୟୁରୋ: ଶିକୁଳିରେ ବନ୍ଧା ପଡିଛି ଶୈଶବ । ୧୨ ବର୍ଷର ମାନସିକ ବିକାରଗ୍ରସ୍ତ ପୁଅକୁ ବେଡିପକାଇ ବାନ୍ଧି ରଖିଛନ୍ତି ପରିବାର । ଅନଟନରେ ଜୀବନ ବିତାଉଥିବା ପରିବାର ଚିକିତ୍ସା କରିପାରୁନଥିବା ବେଳେ ପିଲାଟି ବନ୍ଦୀ ଜୀବନ ବିତାଉଛି । ନବରଙ୍ଗପୁର ୟୁଭି-୫ ନମ୍ବର ବଙ୍ଗୀୟ ଗାଁର ୧୨ ବର୍ଷୀୟ ଦୀପେଶ ବାଲା । ଖେଳକୁଦ ବୟସରେ ବନ୍ଧା ହୋଇ ଘରେ ପଡିରହିଛନ୍ତି । ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଯାଇଥିଲା । ହେଲେ ଅଧିକ ଅର୍ଥ ଯୋଗୁ ଆଗକୁ ଚିକିତ୍ସା ହୋଇନପାରି ବନ୍ଧା ହୋଇ ପଡିଛନ୍ତି ଘରେ ।

ଦିନକୁ ଦିନ ଅସୁସ୍ଥ ହୋଇପଡ଼ୁଛନ୍ତି ଦୀପେଶ । ମାନସିକ ଅସ୍ଥିରତା ବଢିଚାଲିଥିବା ବେଳେ ବାହାର ପିଲାଙ୍କୁ ଆକ୍ରମଣ କରିବା ଭୟରେ ତାଙ୍କୁ ବାନ୍ଧି ରଖିଛନ୍ତି ପରିବାର ଲୋକେ । ଦୁଇ ଓଳି ଖାଇବାକୁ ମିଳୁନଥିବା ବେଳେ ପୁଅର ଚିକିତ୍ସା କିଭଳି କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି ପରିବାର ଲୋକେ । ଜମିବାଡି ସବୁ ବିକ୍ରି ହୋଇଯାଇଛି ଚିକିତ୍ସା ପାଇଁ ଏବେ ଘର ଖଣ୍ଡିକ ଖାଲିପଡିଛି । ମାନସିକ ବିକାରଗ୍ରସ୍ତଙ୍କ ପାଇଁ ବିଭିନ୍ନସ୍ତରରେ ଚିକିତ୍ସାର ସୁବିଧା ରହିଥିବା ବେଳେ ଏବେ ପୁଅ କିଭଳି ସୁସ୍ଥ ହେବ ସେ ନେଇ ସହଯୋଗ ଅପେକ୍ଷାରେ । କିଛି ସାହାଯ୍ୟ ମିଳିପାରିଲେ ନିଜ ପୁଅର ଚିକିତ୍ସା କରାଇପାରିବେ ବୋଲି କହିଛନ୍ତି ଦୀପେଶଙ୍କ ବାପାମାଆ ।