ହାର ମାନିଲେ ଇମ୍ରାନ ! କହିଲେ, ଏହି ପ୍ରସଙ୍ଗରେ ପାକିସ୍ତାନ ଠାରୁ ବହୁତ ଆଗରେ ଭାରତ ।

964

କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କୁଟନୈତିକ ପ୍ରସଙ୍ଗରେ ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଛନ୍ତି । ଶନିବାର ଇମ୍ରାନ କହିଛନ୍ତି, କୁଟନୈତିକ ମାମଲାରେ ପାକିସ୍ତାନ ଠାରୁ ବହୁତ ଆଗରେ ରହିଛି ଭାରତ । ଆମେରିକାରେ ଭାରତର ବହୁତ ଶକ୍ତିଶାଳୀ ଲବି ରହିଛି, ଯାହାକି ପାକିସ୍ତାନ ବିରୋଧରେ ପ୍ରତିଟି ମାମଲାରେ ନିଜର ଏଜେଣ୍ଡାକୁ ସୁଦୃଢ କରିନିଏ ଭାରତ । ଭାରତର ପାକିସ୍ତାନକୁ ନେଇ ଯେଉଁ ଦୃଷ୍ଟିକୋଣ ରହିଛି, ତାହା ପାକିସ୍ତାନ ପାଇଁ ଆମେରିକାର ନୀତିକୁ ପ୍ରଭାବିତ କରିଥାଏ ।

ଭାରତ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ବିବାଦ ମଝିରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏଭଳି ବୟାନକୁ ନେଇ ସୋସିଆଲ୍ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଅନେକ ଇମ୍ରାନଙ୍କୁ ସମାଲୋଚନା କରୁଥିବା ବେଳେ ପାକିସ୍ତାନ ନିଜକୁ ଭାରତ ସହ ତୁଳନା କରିବାକୁ ଅଯୋଗ୍ୟ ବୋଲି କିଛି ଲୋକ ନିଜ ସୋସିଆଲ ସାଇଟରେ ଉଲ୍ଲେଖ କରିଛନ୍ତି ।