ଗୁପଚୁପ ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ।

353

ଦେଶର ଯେ କୌଣସି ସ୍ଥାନରେ ଗୁପଚୁପ ଗାଡ଼ି ନିକଟରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଭିଡ ଜମାଇଥାଆନ୍ତି । ଆଉ ମହିଳାଙ୍କ ସଂଖ୍ୟା ଏ କ୍ଷେତ୍ରରେ ଅଧିକ ।

ଖଟା-ରାଗ ପାଣି ସହ ଗୁପଚୁପର ସ୍ୱାଦର ମଜା ଯୁବପିଢି ଅଧିକ ନେଉଥିବା ଦେଖାଯାଉଛି । କିନ୍ତୁ ଏହି ଗୁପଚୁପ ଖାଇ ନିକଟରେ ଜଣେ ବ୍ୟକ୍ତି ପ୍ରାଣ ହରାଇବା ପରେ ଖାଦ୍ୟ ବିଶେଷଙ୍କମାନେ ଅନ୍ୟମାନଙ୍କୁ ସଚେତନ କରାଇବାକୁ ଚେଷ୍ଟା କରୁଛନ୍ତି । କାନପୁରର ନରେଶ କୁମାର ନାମକ ଜଣେ ବ୍ୟକ୍ତି ଗୁପଚୁପ ଖାଉଥିବା ସମୟରେ ହିଁ ପ୍ରାଣ ହରାଇଛନ୍ତି ।

ଏ ବାବଦରେ ଖାଦ୍ୟ ବିଶେଷଜ୍ଞ ଡାକ୍ତର ନରେଶ କୁମାରଙ୍କ ମତ ଦେଇଛନ୍ତି ଯେ ଗୁପଚୁପ ପାଣି ଖାଦ୍ୟନଳୀରେ ଅଟକି ଯିବାରୁ ପେଟଳୁ ଯିବା ପରିବର୍ତ୍ତେ ଫୁସଫୁସକୁ ଚାଲି ଯାଇ ଥାଇପାରେ । ଯାହା ଫଳରେ ବ୍ୟକ୍ତି ଜଣକ ହୃଦଘାତରେ ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି । ଅନ୍ୟ ଏକ କାରଣ ହେଉଛି ଖଟା- ରାଗ ପାଣି ଖାଇବା ଦ୍ୱାରା ଶ୍ୱାସନଳୀ ଚୋକ ହୋଇ ମୃତ୍ୟୁ ହୋଇଥାଇପାରେ । ଗୁପଚୁଚ ଖାଇବା ସମୟରେ କେତୋଟି ଜିନିଷ ପ୍ରତି ଧ୍ୟାନ ଦେବାକୁ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ।

– ଗୁପଚୁପ ନ ଖାଇ ଧୀରେ ଧୀରେ ଚୋବାଇ ଖାଆନ୍ତୁ । ଗୁପଚୁପ ପାଣିକୁ ବାରମ୍ବାର ପିଇବା ଶରୀର ଉପରେ କୁପ୍ରଭାବ ପକାଇଥାଏ ।

– ଶିଘ୍ରଶୀଘ୍ର ଗୁପଚୁପ ଖାଇଲେ ଖାଦ୍ୟନଳୀରେ ସଂକ୍ରମଣ ହେବାର ଆଶଙ୍କା ରହିଛି ।