ଦ୍ରୋପଦୀ ମୁର୍ମୁଙ୍କୁ ନେଇ ମମତାଙ୍କ ବଡ଼ ବୟାନ, ‘ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିଲେ ଦେଇଥାନ୍ତି ସମର୍ଥନ’

202

କନକ ବ୍ୟୁରୋ : ଓଡ଼ିଶାରୁ ରାଷ୍ଟ୍ରପତି ହୋଇଥିବା ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବଡ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ରାଷ୍ଟପ୍ରତି ନିର୍ବାଚନ ପାଇଁ ବିରୋଧୀଙ୍କ ପୂର୍ବରୁ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କ ନାମ କରିଥାନ୍ତେ, ତେବେ ସେମାନେ ଏହା ଉପରେ ବିଚାର କରିଥାନ୍ତେ ବୋଲି କହିଛନ୍ତି ମମତା । ରଥଯାତ୍ରା ଅବସରରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରସଂଶା ମଧ୍ୟ କରିଛନ୍ତି ମାମତା ବନାର୍ଜୀ । ଜୁନ୍ ୨୧ ରେ ଉଭୟ ମିଳିତ ବିରୋଧୀ ମେଂଟ ଏବଂ ଏନଡିଏ ପ୍ରାର୍ଥୀ ଘୋଷଣା କରିଥିଲେ ବି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲେ ବିରୋଧୀ ।

ବିଜେଡି, ଟିଆରଏସ୍, ଏଆଇଏଡିଏମକେ, ଅକାଳୀ ଭଳି ଆଂଚଳିତ ଦଳ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁକୁ ସମର୍ଥନ କରିଥିବାରୁ ସେ ଦେଶର ନୂଆ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ ହୋଇସାରିଛି । ହେଲେ ବିଜେପି ପୂର୍ବରୁ ମୁର୍ମୁଙ୍କ ନାମ ଘୋଷଣା କରିଥଲେ ସେ ଏହା ଉପରେ ଚିନ୍ତା କରିଥାନ୍ତେ ବୋଲି କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ମହାରାଷ୍ଟ ରାଜନୀତି ଯୋଗୁଁ ଦ୍ରୌପଦୀଙ୍କ ଜିତିବା ସୁଯୋଗ ଅଧିକ ହୋଇଯାଇଛି । ହେଲେ ଯଦି ବିଜେପି ଦ୍ରୋପଦୀ ମୁର୍ମୁଙ୍କ ନାମ ଘୋଷଣା ପୂର୍ବରୁ ଆମର ପରାମର୍ଶ ମାଗିଥାନ୍ତା, ତେବେ ଏହା ଉପରେ ବିଚାର କରିଥାନ୍ତୁ ବୋଲି ମମତା କହିଛନ୍ତି । ଆଉ ମାମତାଙ୍କ ଏଭଳି ବୟାନ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ମମତାଙ୍କ କହିବା ଅନୁସାରେ ଯଦି ବିରୋଧୀ ରାଷ୍ଟ୍ରମତି ପ୍ରାର୍ଥୀ ଘୋଷଣା ପୂର୍ବରୁ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିଥାନ୍ତା, ତେବେ ୧୮ ବିରୋଧୀ ଦଳ ମଧ୍ୟରୁ କିଛି ଅବା ଅଧିକାଂଶ ଦଳ ମୁର୍ମୁଙ୍କୁ ସମର୍ଥନ କରିଥାନ୍ତେ । ଆଉ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ହୋଇଥାନ୍ତେ ମୁର୍ମୁ ।