ମାଞ୍ଚେଷ୍ଟର ମୈଦାନରେ ଝୁଣ୍ଟିଲା ବିରାଟ ବାହିନୀ । ୭ ୱିକେଟ୍ ହରାଇ ୱେଷ୍ଟଇଣ୍ଡିଜକୁ ଦେଲା ୨୬୯ ରନର ବିଜୟ ଲକ୍ଷ୍ୟ ।

113

କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟ୍ ୨୦୧୯, ମାଞ୍ଚେଷ୍ଟର ମଇଦାନରେ ସଂଘର୍ଷ କରି ୱେଷ୍ଟ ଇଣ୍ଡିଜକୁ ୨୬୯ ରନର ବିଜୟ ଲକ୍ଷ୍ୟ ଦେଲା ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିବା ବିରାଟ ବାହିନୀ ପ୍ରଥମରୁ ୱିକେଟ୍ ପତନ କାରଣରୁ ଧିମା ଆରମ୍ଭ କରିଥିଲା । ହେଲେ ରନ୍ ମେସିନ୍ ତଥା ଅଧିନାୟକ ବିରାଟ କୋହଲିଙ୍କ ଧର୍ଯ୍ୟପୂର୍ଣ୍ଣ ୮୨ ବଲରେ ୭୨ ରନ୍ ଦଳ ପାଇଁ ସହାୟକ ହୋଇଛି । ସେପଟେ ଖେଳରେ ଡେଥ୍ ଓଭରରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ଫଳରେ ଭାରତ ୭ ୱିକେଟ୍ ହରାଇ ୨୬୮ ରନ୍ କରିବାକୁ ସକ୍ଷମ ହୋଇଛି ।

ସବୁଠାରୁ ବଡ଼ କଥା ହେଲା କି, ଇଣ୍ଡିଜର ପେସ ଆଟାକ୍ ବନାମ ଭାରତର ଟପ୍ ବ୍ୟାଟିଂ ଲାଇନ୍ ଅପ୍ ମଧ୍ୟରେ ଇଣ୍ଡିଜ୍ ଭାରତ ଉପରେ ପ୍ରଭାବ ପକାଇଛି । ଯାହାଦ୍ୱାରା ଦଳକୁ ଏକ ବଡ଼ ସ୍କୋର କରିବାରେ ରୋକ୍ ଲଗାଇଛି ଇଣ୍ଡିଜ୍ । ୱେଷ୍ଟ ଇଣ୍ଡିଜ୍ ତରଫରୁ କେମର ରୋଚ୍ ୧୦ ଓଭର ବୋଲିଂ କରି ୩ ଟି ୱିକେଟ୍ , କୋଟ୍ରେଲ୍ ୨ ଏବଂ ଜସନ ହୋଲ୍ଡରଙ୍କୁ ଦୁଇଟି ଲେଖାଏଁ ୱିକେଟ୍ ମିଳିଛି ।

ସେପଟେ ସେମିଫାଇନାଲ୍ ଦୌଡରୁ ଇଣ୍ଡିଜ ବାଦ୍ ପଡି ସାରିଛି । ଶେଷ କିଛି ମ୍ୟାଚ୍ ଜିତି ଦଳ ସମ୍ମାନର ସହ ବିଶ୍ୱକପ୍ ଶେଷ କରିବା ଲକ୍ଷ୍ୟରେ ରହିବ । ଦୁର୍ଦ୍ଦଷ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ବାଦ୍ ପଡିବା ଦଳ ପାଇଁ ବଡ ଝଟକା ହୋଇଛି । ଏବେ କାରବିୟାନଙ୍କ ସାମ୍ନାରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।