ଅନଲାଇନରେ ମିଳୁଛି ସ୍ତ୍ରୀ ! ଘରୋଇ କଳି ପରେ ସ୍ତ୍ରୀକୁ ବିକ୍ରି ପାଇଁ ସ୍ୱାମୀଙ୍କ ବିଜ୍ଞାପନ

33

ସ୍ୱାମୀ ସ୍ତ୍ରୀ ମଧ୍ୟରେ ତୁତୁ ମେମେ ସବୁ ଘରେ ଥାଏ । କାରଣ ଯେଉଁଠି ପ୍ରେମ ଥାଏ ସେଠି ଝଗଡା ବି ଥାଏ। କିନ୍ତୁ ନିଜ ସ୍ତ୍ରୀ ଉପରେ ବିରକ୍ତ ହୋଇ ସିମନ୍ ନାମକ ଜଣେ ଟେଲିକମ୍ ଇଂଜିନିୟର ଏମିତି ଏକ ପଦକ୍ଷେପ ନେଇଛନ୍ତି ଯାହା ଅପଣଙ୍କୁ ଆଶ୍ଚର୍ଯ୍ୟ କରିବ । ସିମନ୍ ନିଜ ସ୍ତ୍ରୀ ଲିଏଣ୍ଡ୍ରାଙ୍କୁ ଏକ ଜଣାଶୁଣା ଇ – କମର୍ସ ୱେବସାଇଟରେ ବିକ୍ରି ପାଇଁ ଦେଇଛନ୍ତି ବିଜ୍ଞାପନ । କେବଳ ଏତିକି ନୁହେଁ ସର୍ତ୍ତ ରଖିଛନ୍ତି ଥରେ ବିକ୍ରି ପରେ ଆଉ ଫେରସ୍ତ ନାହିଁ। ତେବେ ସବୁଠାରୁ ମଜାଦାର କଥା ହେଉଛି ଜଣେ ବ୍ୟକ୍ତି ଲିଏଣ୍ଡ୍ରାଙ୍କ ପାଇଁ ପ୍ରାୟ ୬୫ପାଉଣ୍ଡ ଦେବା ପାଇଁ ମଧ୍ୟ ରାଜି ହୋଇଯାଇଥିଲେ ବୋଲି ଏକ ଖବର ପ୍ରକାଶ କରିଛି ଦୈନିକ ଜାଗରଣ ।