ସୋସିଆଲ୍ ମିଡିଆରେ ଚାଲିଲା ରାହୁଲଙ୍କ ଜଲୱା ! ପ୍ରଧାନମନ୍ତ୍ରୀଙ୍କୁ ପଛରେ ପକାଇଲେ କଂଗ୍ରେସ ଅଧ୍ୟକ୍ଷ ।

993

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନନ୍ ପଲିଟିସିଆନ୍ କହି ତାଙ୍କ ଥଟ୍ଟା କରାଯାଉଥିବା ବେଳେ ସେ ଏବେ ନିଜ ଛବିକୁ ଜନତାଙ୍କ ଆଗରେ ସୁଧାରିବାକୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । କିଛି ସମୟରୁ ନିଜ ବ୍ୟଙ୍ଗଭରା ଟ୍ୱିଟ୍ ପାଇଁ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତେବେ କଂଗ୍ରେସ ସପୋର୍ଟରଙ୍କୁ ଧାରଣା ରହିଛି ଯେ ରାହୁଲଙ୍କ ଏଭଳି ସକ୍ରିୟତା ବିଜେପିକୁ ଆଗାମୀ ନିର୍ବାଚନ ପାଇଁ କ୍ଷତି ପହଞ୍ଚାଇପାରିବ । କାରଣ ଗତ ବିଧାନସଭା ନିର୍ବାଚନରେ ମଧ୍ୟ ତାଙ୍କ ଟ୍ୱିଟ୍ ବିରୋଧିଙ୍କ ପାଇଁ କ୍ଷତି ସାବ୍ୟସ୍ତ ହୋଇଥିଲା ।

ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଳନାରେ କମ୍ ଫଲୋଅର୍ ହେବା ପରେ ମଧ୍ୟ ଅନ୍ତିମ ବଜେଟ୍ ସମୟରେ ରାହୁଲ ଗାନ୍ଧିଙ୍କ ଟ୍ୱିଟ୍ କୁ ଅଧିକ ରିଟ୍ୱିଟ୍ କରାଯାଇଥିଲା । ୩୧ ଜାନୁଆରୀ ରୁ ୩ ଫେବୃଆରୀ ପର୍ଯ୍ୟନ୍ତ ଯଦି ଟ୍ୱିଟର ଆକାଉଣ୍ଟକୁ ଲକ୍ଷ କରାଯାଏ ତେବେ ଏଭଳି କିଛି ସୁଚନା ହିଁ ମିଳୁଛି । ରାହୁଲ ଗାନ୍ଧିଙ୍କ ଯେଉଁ ଟ୍ୱିଟରେ ୧୨,୦୦୦ ରୁ ଅଧିକ ରିଟ୍ୱିଟ୍ କରାଯାଇଛି ସେଥିରେ ସେ ଲେଖିଛନ୍ତି, ‘ଆପଣଙ୍କ ୫ ବର୍ଷର ଅକ୍ଷମତା ଏବଂ ଅହଂକାର ଆମ ଦେଶର ଚାଷୀଙ୍କ ଜୀବନକୁ ନଷ୍ଟ କରୁଅଛି । ତାଙ୍କୁ ପ୍ରତିଦିନ ୧୭ ଟଙ୍କା ଦେବା ତାଙ୍କର ଏବଂ ତାଙ୍କ କାମର ଅପମାନ । ଏହି ଟ୍ୱିଟକୁ #AakhriJumlaBudget ସହ ଟାଗ୍ କରାଯାଇଥିଲା । ଯେଉଁଥିରେ ଅନ୍ତିମ ବଜେଟ୍ ରେ ଦୁଇ ହେକ୍ଟର ଜମି ପର୍ଯ୍ୟନ୍ତ ଜମି ରଖିଥିବା ଚାଷୀଙ୍କୁ ୬,୦୦୦ ଟଙ୍କା ବାର୍ଷିକ ସାହାର୍ଯ୍ୟ ଦେବାର ଘୋଷଣା କରାଯାଇଥିଲା । ଏହି ଟ୍ୱିଟ୍ ର ଯବାବ୍ ଦେବାକୁ ଯାଇ ବିଜେପି ତରଫରୁ ମଧ୍ୟ ଏହାର ଯବାବ୍ ଦିଆଯାଇଥିଲା । ଏଥିରେ କୁହାଗଲା ଯେ ଆପଣଙ୍କ ଠାରୁ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା , ଆପଣ ବଜେଟ୍ ବିଷୟରେ ଗୋଟିଏ କଥା ବି ଜାଣିପାରିଲେ ନାହିଁ । ଏହି ଟ୍ୱିଟ୍ ୯,୦୦୦ ଥର ରିଟ୍ୱିଟ୍ କରାଯାଇଥିଲା ।