ଚାନ୍ଦବାଲି ବ୍ଲକ କରଞ୍ଜମାଳ ଅଞ୍ଚଳରେ ଆଶ୍ଚର୍ଯ୍ୟଜନକ ଘଟଣା ! ମାଟିତଳୁ ବାହାରୁଛି ଗରମ ପାଣି ଓ ଧୂଆଁ

206

କନକ ବ୍ୟୁରୋ : ଚାନ୍ଦବାଲି ବ୍ଲକ କରଞ୍ଜମାଳ ଅଂଚଳରେ ଆଶ୍ଚର୍ଯ୍ୟଜନକ ଘଟଣା । ମାଟିତଳୁ ବାହାରୁଛି ଗରମ ପାଣି ଓ ଧୂଆଁ । ଯାହା ସ୍ଥାନୀୟ ଲୋକଙ୍କୁ ଚକିତ କରିଛି । ଟ୍ରାନସଫର୍ମର ପାଇଁ ଆର୍ଥିଂ ବସାଇବାକୁ ଗାତ ଖୋଳାଯାଉଥିବା ଏହି ଘଟଣା ସାମ୍ନାକୁ ଆସିଛି । ଗତକାଲି କରଂଜମାଳ ଗାଁରେ ଟ୍ରାନସଫର୍ମରରୁ ଆର୍ଥି˚ କରିବା ପାଇଁ ବୋରିଂ କରାଯିବା ପରେ ହଠାତ୍ ଉକ୍ତ ସ୍ଥାନରୁ ଗରମ ଧୁଆଁ ସହିତ ଗରମ ପାଣି ବାହାରିଥିଲା । ଏହି ଖବର ତୁରନ୍ତ ଅଂଚଳରେ ପ୍ରଚାରିତ ହୋଇଯାଇଥିଲା । ଯାହକୁ ଦେଖିବା ପାଇଁ ଘଟଣାସ୍ଥଳରେ ଗାଁଲୋକଙ୍କ ଭିଡ ଜମିଥିଲା । ଏହାପରେ ପ୍ରଥମେ ବୋରିଂ କରାଯାଇଥିବା ସ୍ଥାନ ଛାଡି ତିନି ଫୁଟ ଦୂରତାରେ ପୁଣି ବୋରିଂ କରାଯାଇଥିଲା । ହେଲେ ସେଠାରେ ମଧ୍ୟ ଗରମ ପାଣି ଓ ଧୁଆଁ ବାହାରିଥିଲା ।

ସୂଚନାଯୋଗ୍ୟ କରମାଳ ପ˚ଚାୟତ କରଞ୍ଜମାଳ ଗାଁରେ ଗତ ଦୁଇ ଦିନ ହେଲା ଟ୍ରାନ୍ସଫର୍ମରରୁ ଆର୍ଥି˚ ତାର ବାରମ୍ବାର ପୋଡ଼ି ଯିବାରୁ ସ୍ଥାନୀୟ ବିଦ୍ୟୁତ ବିଭାଗର କର୍ମଚାରୀ ଟ୍ରାନ୍ସଫରରୁ ଆର୍ଥି˚ ଲାଇନ କାଟି ଦେଇଥିଲେ । ଅନ୍ୟ ଏକ ସ୍ଥାନରେ ଆର୍ଥି˚ ପାଇଁ ଆଜି ବୋରି˚ କରାଯାଉଥିଲା । ମାଟିର ୫ଫୁଟ୍‌ ପର୍ଯ୍ୟନ୍ତ ବୋରିଂ କରାଯାଇଥିଲେ ବି ଅଳ୍ପ ଦୂରତାରେ ତଳେ ପାଣି ମଧ୍ୟ ଦେଖାଯାଉଛି । ଉକ୍ତ ପାଣିକୁ ବାହାର କରିବାରୁ ତାହା ଗରମ ଲାଗୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି  ।

ବୋରି˚ ହୋଇଥିବା ସ୍ଥାନ ଠାରୁ ୩ଫୁଟ୍‌ ଛାଡ଼ି ଆଉ ଏକ ସ୍ଥାନରେ ବୋରିଂ କରାଯାଇଥିଲେ ବି ସେଠାରେ ମଧ୍ୟ ସେହି ଏକା ଅବସ୍ଥା ହୋଇଥିଲା । ଏହାର କାରଣ ଗ୍ରାମବାସୀ କି ବୋରିଂ କରୁଥିବା ମିସ୍ତ୍ରୀମାନେ ଜାଣିପାରି ନ ଥିଲେ ବି ମାଟି ତଳେ କୈାଣସି ଗ୍ୟାସ ରହିଯାଇଥିବା ବେଳେ ବୋରି˚ ପରେ ତାହା ବାୟୁ ସ˚ସ୍ପର୍ଶରେ ଆସି ଉତ୍ତପ୍ତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏ ନେଇ ତଦନ୍ତ କଲେ ଜଣାପଡିବ ବୋଲି ଗ୍ରାମବାସୀ କହିଛନ୍ତି ।ମାଟ୍ରିୁ ମାତ୍ର ୫ ଫୁଟ ତଳୁ ଗରମ ପାଣି ଓ ଧୁଆଁ ବାହାରିବା ଘଟଣାକୁ ନେଇ ଲୋକେ ଯେତିକି ଉତ୍ସୁକତା ଦେଖାଇଛନ୍ତି ସେତେ ଭୟଭୀତ ମଧ୍ୟ ହୋଇଛନ୍ତି । ତେବେ ମାଟି ତଳେ କୌଣସି ଗ୍ୟାସ ରହିଥିବା ବେଳେ ବାୟୁ ସଂସ୍ପର୍ଶରେ ଆସି ତାହା ଗରମ ହୋଇଥିବା ଅନୁମାନ କରାଯାଉଛି ।