ଅର୍କକ୍ଷେତ୍ରରେ ହଇରାଣ ହେଉଛନ୍ତି ହବିିିଷ୍ୟାଳି। ଆବର୍ଜନାରେ ଭର୍ତ୍ତି ହୋଇଛି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ। 

119

କନକ ବ୍ୟୁରୋ: କାର୍ତ୍ତିକ ମାସରେ ସବୁ ତୀର୍ଥ ସ୍ଥାନରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି । କୋଣାର୍କରେ ମଧ୍ୟ ହବିଷ୍ୟାଳିଙ୍କ ଗହଳି ଲାଗିଛି । ହେଲେ ଅର୍କକ୍ଷେତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀକୁ ପ୍ରଶାସନ କ୍ରମାଗତ ଭାବେ ଅବହେଳା କରି ଆସୁଥିବା ବେଳେ କାର୍ତ୍ତିକ ବ୍ରତ ପାଇଁ ପ୍ରଶାସନ ତୀର୍ଥ ପୁଷ୍କରିଣୀକୁ ସଫା କରିନାହିଁ । ପୁଷ୍କରିଣୀରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପରିପୂର୍ଣ୍ଣ ହୋଇ ରହିଥିବା ବେଳେ ଏହାକୁ ସଫେଇ କରିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ ।

ପୁଷ୍କରଣୀରେ ପୋକ ସାଲୁବାଲୁ ହେଉଥିବା ବେଳେ ପାଣିରୁ ଦୁର୍ଗନ୍ଧ ବାହାରୁଛି । ହବିଷ୍ୟାଳି ଏଠାରେ ସ୍ନାନ କରିବା କଷ୍ଟକର । ଏଥିପାଇଁ ହବିଷ୍ୟାଳିଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ଏଠାରେ ଶହ ଶହ ହବିଷ୍ୟାଳି ରହି କାର୍ତିକ ବ୍ରତ ପାଳନ କରୁଛନ୍ତି । ଏହା ସହ ହବିଷ୍ୟାଳି ରାତିରୁ ପୁଷ୍କରିଣୀକୁ ଯାଉଥିବା ରାସ୍ତାରେ ଲାଇଟ୍ ବ୍ୟବସ୍ଥା ନଥିବାକୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ହେଲେ ଏଦିଗରେ ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତି ନିଆଯାଇ ନଥିବାରୁ ହବିଷିଆଳୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।