କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ। ‘ଅପରେସନ ଦଲାଲ’ ମାଧ୍ୟମରେ ଏମକେସିଜି ହସ୍ପିଟାଲରୁ ଧରାହେଲେ ୭ ଦଲାଲ।

108

କନକ ବ୍ୟୁରୋ: ବ୍ରହ୍ମପୁର ଏମକେସିଜି ମେଡିକାଲରେ ରାଜ କରୁଛନ୍ତି ଦଲାଲ । ଏନେଇ ପୂର୍ବରୁ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଘଟଣାକୁ ନେଇ ଏସପିଙ୍କ ନେତୃତରେ ଆରମ୍ଭ ହୋଇଥିଲା ‘ଅପରେସନ ଦଲାଲ’ । ମେଡିକାଲ ଭିତରେ ରହି ଘରୋଇ ମେଡିକାଲକୁ ରୋଗୀ ଚାଲାଣ ନେଇ ହୋଇଥିଲା ଅଭିଯୋଗ । ଘଟଣାରେ ୭ଦଲାଲଙ୍କୁ ବାନ୍ଧିଲା ପୋଲିସ । ଅପରେସନକୁ ସଫଳ କରିବା ପାଇଁ ଏକ ୧୫ ଜଣିଆ କନେଷ୍ଟବଳ ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ବେଶରେ ସକାଳୁ ମେଡିକାଲକୁ ଆସିଥିଲେ । ୨ ଘଣ୍ଟା ଧରି ମେଡିକାଲ ଭିତରେ ବୁଲୁଥିବା ବେଳେ ତାଙ୍କୁ ଦେଖିଥିଲେ ଦଲାଲମାନେ । କାହାକୁ ବାହାର ଘରୋଇ ମେଡିକାଲ ତ ଅନ୍ୟ କାହାକୁ ବାହାର ଦୋକାନରୁ ମେଡିସିନ୍ କିଣିବା ଏବଂ ଅନ୍ୟ କାହାକୁ କିଛି ଜିନିଷ କିଣାଇବା ବାହାନାରେ ମେଡିକାଲ ବାହାରକୁ ପଠାଉଥିଲେ । ଏସବୁ କରୁଥିବା ବେଳେ ଦଲାଲମାନଙ୍କୁ ଧରି ଫାଣ୍ଡିକୁ ଆଣିଥିଲା ପୋଲିସ । ଏବେ ଯାଏଁ ୭ଜଣଙ୍କୁ ଧରିଥିବା ବେଳେ ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି କହିଛନ୍ତି ଏସପି ।