ଆଜି ହୀରାକୁଦ ଛାଡିବ ପ୍ରଥମ ବନ୍ୟାପାଣି !

39

କନକ ବ୍ୟୁରୋ :  ଆଜି ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ । ପୂର୍ବାହ୍ନ ୧୦ଟା ୧୫ ମିନିଟରେ ହୀରାକୁଦ ସହର ପଟୁ ସୁଇସ୍ ଗେଟ୍ ଦେଇ ମହାନଦୀରେ ବନ୍ୟା ଜଳ ଛଡାଯିବ । ତେଣୁ ଏହି ଦିନ କେହି ମହାନଦୀ ମଧ୍ୟକୁ ନଯିବା ପାଇଁ ହୀରାକୁଦ ବନ୍ଧ କର୍ତୁପକ୍ଷ ସତର୍କ କରାଇଛନ୍ତି । ଗତବର୍ଷ ଅଗଷ୍ଟ ୫ତାରିଖରେ ଜଳଭଣ୍ଡାରରୁ ସେହିବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ସେପଟେ ବର୍ଷା ହେବା ଫଳରେ କଲମାର ସବୁ ୬୬ଟି ଯାକ ଗେଟକୁ ଖୋଲିଦେଇଛନ୍ତି ଛତିଶଗଡ ସରକାର ।  ଫଳସ୍ୱରୂପ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି । ଜଳସ୍ତର ମଧ୍ୟ ସେହି ଅନୁସାରେ ବଢିଚାଲିଛି ।