କନକ ବ୍ୟୁରୋ: ବଢ଼ିବାରେ ଲାଗିଛି ହୀରାକୁଦର ଜଳସ୍ତର । ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳସ୍ତର ୬୧୬.୪୫ ଫୁଟ ରହିଛି । ହୀରାକୁଦ ଜଳଭଣ୍ଡାରକୁ ୮୦୪୯୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ୧୮୫୧୯ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି । ହୀରାକୁଦର ଜଳସ୍ତର ଏବେ ୬୧୫ ଫୁଟ୍ ଅତିକ୍ରମ କରି ସାରିଥିବାରୁ ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତାକାଲି ଗେଟ୍ ଖୋଲାଯିବ ବୋଲି ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହେଉଛି । ହୀରାକୁଦ ବନ୍ଧ ତଳ ମୁଣ୍ଡରେ ମହାନଦୀ କ୍ୟାଚମେଣ୍ଟରେ ଥିବା ବିଭିନ୍ନ ଜିଲ୍ଲା ଯଥା ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ ଆଦି ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ମହାନଦୀରେ ଜଳପ୍ରବାହ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡ଼ିକ ଦେଇ ପ୍ରବାହିତ ମହାନଦୀର ଉପନଦୀ ଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି । ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଏହା ଆହୁରି ବଢ଼ିପାରେ ବୋଲି ଅନୁମାନ କରା ଯାଉଛି ।