ଦିଲ୍ଲୀରେ ଲୁଚିଛନ୍ତି ୩ ଆତଙ୍କବାଦୀ, ଗଣତନ୍ତ୍ର ଦିବସରେ କରିପାରନ୍ତି ବଡ ଧରଣର ଆକ୍ରମଣ ! ସହରରେ ହାଇ ଆଲର୍ଟ

43

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ହୋଇପାରେ ବଡଧରଣର ଆତଙ୍କବାଦୀ ଆକ୍ରମଣ । ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଆତଙ୍କବବାଦୀ । ଗଣତନ୍ତ୍ର ଦିବସ ଅର୍ଥାତ୍ ଜାନୁଆରି ୨୬ ତାରିଖରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ସହରରେ ହାଇ ଆଲର୍ଟ ଜାରି କରାଯାଇଛି।

SECURITY_RAJPATH_DELHIଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ, ଦିଲ୍ଲୀର ଜାମା ମସଜିଦ୍ ଅଞ୍ଚଳରେ ତିନିଜଣ ଆତଙ୍କବାଦୀ ଲୁଚି ରହିଛନ୍ତି। ତିନି ଜଣ ଆତଙ୍କବାଦୀ ଜାନୁଆରି ୨୬ ତାରିଖରେ ଏକ ବଡ଼ ଧରଣର ଆକ୍ରମଣ କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ତିନି ଜଣ ଆତଙ୍କବାଦୀ ପସ୍ତୋ ଭାଷାରେ କଥାବାର୍ତ୍ତା ହେଉଥିବାର ସୂଚନା ମିଳିଛି। ଏମାନେ ଅଫଗାନର ମୂଳ ବୋଲି କୁହାଯାଉଛି।ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଗୁଇନ୍ଦା ବିଭାଗ ସକ୍ରିୟ ହୋଇ ଉଠିଛି ।

ପୂର୍ବରୁ ଗଣତନ୍ତ୍ର ଦିବସରେ ଡ୍ରୋନ୍ ଜରିଆରେ ଆତଙ୍କବାଦୀ ଆକ୍ରମଣ କରି ପାରନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ସହରରେ ହାଇ ଆଲର୍ଟ ଜାରି ହେବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଏଥିସହିତ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ତନତନ କରି ଯାଞ୍ଚ କରାଯାଉଛି। କୌଣସି ବ୍ୟକ୍ତିଙ୍କୁ ସ୍ୱଭାବ ନେଇ ସନ୍ଦେହ ହେଲା ମାତ୍ରେ ସଙ୍ଗେସଙ୍ଗେ ତାଙ୍କ ଦାସ୍ତାବିଜ ଯାଞ୍ଚ କରାଯାଉଛି।ଏପରିକି ରାଷ୍ଟ୍ରପତିଙ୍କ ବାସଭବନର ୧୦୦ ମିଟର ପରିସରରେ କୌଣସି ବିମାନ ଉଡିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।