ଆଶ୍ୱିନରେ ଖରାର ରାଜୁତି: କଲବଲ କଲାଣି ଅସହ୍ୟ ତାତି

638

କନକ ବ୍ୟୁରୋ: ଅକ୍ଟୋବରରେ ଅସହ୍ୟ ତାତି । ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ସକାଳ ୮ଟାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ସେପଟେ ଆଗାମୀ ୫ଦିନ ପର୍ଯ୍ୟନ୍ତ ତାପାମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଅସହ୍ୟ ଖରା ଓ ଗୁଳୁଗଳିରେ ଲୋକେ ନାୟାନ୍ତ । ଅକ୍ଟୋବର ମାସର ଦ୍ୱିତୀୟ ସପ୍ତାହରେ ତାପମାତ୍ରା ୩୦ରୁ ୩୩ ଡିଗ୍ରୀ ରହିବା କଥା । କିନ୍ତୁ ଗତ ସପ୍ତାହେ ହେଲାଣି ଖରାଦିନ ଭଳି ଖରା ହେଉଛି ।
ବୁଧବାରର ତାପମାତ୍ରା
ଚାନ୍ଦବାଲି: ୩୭ ଡିଗ୍ରୀ

ଭୁବନେଶ୍ୱର: ୩୫ଡିଗ୍ରୀ ଛୁଇଁଥିଲା । ଏେବେ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ଜାରି କରାଯାଇଥିବା ଏହି ଚିତ୍ରକୁ ଦେଖନ୍ତୁ । ଆସନ୍ତା ୫ ଦିନ ପାଇଁ କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ । ଏହି ସମୟରେ ପାଗ ଶୁଖିଲା ରହିବ ଓ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ଅର୍ଥାତ ୧୬ ତାରିଖ ଯାଏଁ ଗୁଳୁଗୁଳି ଓ ଗରମରୁ ତ୍ରାହି ନାହିଁ ।

ତେବେ ଆଶ୍ୱିନ ମାସରେ ରାଜ୍ୟରେ ଏତେ ଗରମ ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଆଉ ଏହି ଅସହ୍ୟ ତାତିର କାରଣ କହିଛନ୍ତି ପାଣିପାଗ ବିଶେଷଜ୍ଞ । ବିଶେଷଜ୍ଞଙ୍କ କହିବା ଅନୁସାରେ,
-ଲଘୁଚାପ କ୍ଷେତ୍ରର ପ୍ରଭାବରେ ଯେତିକି ବର୍ଷା ହେବା କଥା ହୋଇନାହିଁ
-ଜଳୀୟବାସ୍ପଗୁଡିକ ବାୟୁମଣ୍ଡଳର ତଳଭାଗରେ ରହିଛି
– ଆକାଶ ମେଘମୁକ୍ତ ରହୁଥିବାରୁ ସୂର୍ଯ୍ୟଙ୍କ କିରଣ ସିଧାସଳଖ ଭୂପୃଷ୍ଠରେ ପଡ଼ୁଛ
-ଫଳରେ ଦିନର ତାପମାତ୍ରା ବଢ଼ିବାରେ ଲାଗୁଛି
-ପବନର ଦିଗ ଦିଗ ପରିବର୍ତ୍ତନ କରିନାହିଁ
ଫଳରେ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି । ସେହିଭଳି ପରିବେଶବିତଙ୍କ କହିବା ଅନୁସାରେ
-ଜଳବାୟରେ ପରିବର୍ତ୍ତନ ଯୋଗୁଁ ଋତୁଚକ୍ର ବଦଳୁଛି
-ଶୀତଋତୁର ଅବଧି କମି ଗ୍ରୀଷ୍ମଋତୁର ଅବଧି ବଢୁଛି ।

ତେବେ ଅକ୍ଟୋବର ମାସରେ ହାଲକା ଥଣ୍ଡା ଅନୁଭବ ହେବା ସହ କୁହୁଡି ପଡିଥାଏ । କିନ୍ତୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଶୀତକୁ କମାଇଦେଇଛି ।