ପଂଜାବ : ପଂଜାବ ଅମ୍ରିତସରରେ ଆରମ୍ଭ ହୋଇଥିବା ହାର୍ଟ ଅଫ୍ ଏସିଆ ସମ୍ମିଳନୀରେ ଆଜି ମନ୍ତ୍ରୀସ୍ତରୀୟ ଆଲୋଚନାକୁ ମିଳିତ ଭାବେ ଉଦଘାନଟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘାନୀ । ଏହି ଉଦଘାନନୀ କାର୍ଯ୍ୟକ୍ରମ ପୂର୍ବରୁ ମୋଦି ଏବଂ ଘାନୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ସମ୍ମଳନୀରେ ଯୋଗଦେବା ପାଇଁ ଗତକାଲି ରାତିରେ ଅମ୍ରିତସରରେ ପହଂଚିଛନ୍ତି ପାକିସ୍ତାନର ବୈଦେଶିକ ବ୍ୟାପାର ପରାମର୍ଶ ଦାତା ସରତାଜ୍ ଅଜିଜ୍ । ଆଜି ସକାଳେ ସେ ଅମ୍ରିତସରରେ ପହଚିଂବାର କାର୍ଯ୍ୟକ୍ରମ ଥିଲେ ସୁ୍ଦ୍ଧା କୋହଳା ପାଗକୁ ଦୃଷ୍ଟିରେ ରଖି ସେ ଗୋଟିଏ ଦିନ ପୂର୍ବରୁ ଏହି ସମ୍ମିଳନୀରେ ସାମିଲ ହେବା ପାଇଁ ପହଂଚିଛନ୍ତି ।
ସରତାଜଙ୍କ ଏହି ଗସ୍ତ ଉଭୟ ଭାରତ ଏବଂ ପାକସ୍ତାନର କୁଟନୈତିକ ସଂପର୍କ ପାଇଁ ବେଶ ଗୁରୁତ୍ୱବହନ କରୁଛି । ଭାରତର ସିର୍ଜିକାଲ ଷ୍ଟ୍ରାଇକ୍ ପରେ ସୀମାରେ ଲାଗି ରହିଥିବା ଉତେଜନା ଏବଂ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବାର ସଂଭାବନା ରହିଛି । ଗତକାଲି ମୋଦି-ସରତାଜଙ୍କୁ ସାକ୍ଷାତ କରିଥିଲେ ମଧ୍ୟ ଏ ସଂପର୍କରେ କୌଣସି ଆଲୋଚନା କରିନଥିବା ସୂଚନା ମିଳିଛି ।