୨୦୧୫ ମେହେସାଣା ଦଙ୍ଗା ମାମଲାରେ ହାର୍ଦ୍ଦିକ ପଟେଲଙ୍କୁ ୨ବର୍ଷ ଜେଲ ଦଣ୍ଡ : ୧୭ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଦୋଷୀ, ମିଳିଲା ସର୍ତ୍ତମୂଳକ ଜାମିନ୍

39

କନକ ବ୍ୟୁରୋ : ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ଜେଲ ଦଣ୍ଡାଦେଶ ପରେ ମିଳିଲା ସର୍ତ୍ତମୂଳକ ଜାମିନ୍ । ବିଜେପି ବିଧାୟକ ଋଷିକେଶ ପଟେଲଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ମାମଲାରେ ହାର୍ଦ୍ଦିକଙ୍କୁ ୨ବର୍ଷର ଜେଲଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ବିସନଗର କୋର୍ଟ ହାର୍ଦ୍ଦିକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଜେଲଦଣ୍ଡାଦେଶ ଶୁଣାଇଥିଲେ । କୋର୍ଟ ଏହି ମାମଲାରେ ମୋଟ ୧୭ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୫ରେ ସଂରକ୍ଷଣ ଦାବିରେ ସୃଷ୍ଟି ହୋଇଥିବା ହିଂସାବେଳେ ହାର୍ଦ୍ଦିକ ପଟେଲଙ୍କ୍ ବିଜେପି ନେତାଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା କରିଥିଲେ । ହାର୍ଦ୍ଦିକଙ୍କ ସମେତ ଲାଲଜି ପଟେଲଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଏଥିସହ ୨ଜଣଙ୍କୁ ୫୦ ହଜାର ଟଙ୍କାର ଜରିମାନ ନିର୍ଦ୍ଦେଶ ଦେଇଥିଲେ । ତେବେ ପରେ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋର୍ଟ ।

source:google.com

ଉଲ୍ଲେଖଯୋଗ୍ୟ, ଗତ ୨୦୧୫ ମସିହାରେ ପଟ୍ଟିଦାରମାନଙ୍କ ପାଇଁ ସଂରକ୍ଷଣ ଦାବିରେ ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ଆୟୋଜିତ ଏକ ର‍୍ୟାଲି କାଳରେ ରାଜ୍ୟରେ ବ୍ୟାପକ ହିଂସା ସୃଷ୍ଟି କରାଯିବା ସହ ବିଜେପି ବିଧାୟକ ଋଷିକେଶ ପଟେଲଙ୍କ ଭିସ୍‌ନଗର ସ୍ଥିତ କାର୍ଯ୍ୟାଳୟ ଭିତରେ ପଶି ସଂରକ୍ଷଣ ସପକ୍ଷ ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହି ମାମଲାରେ ରାଜ୍ୟରେ ହିଂସା ସୃଷ୍ଟି ସହ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ପୁଲିସ ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସମେତ ୧୭ ଜଣଙ୍କୁ ଗିରଫ କରିଥିଲା । ପରେ ଅବଶ୍ୟ ସେମାନେ ଜାମିନରେ ମୁକୁଳି ଥିବାବେଳେ ସେମାନଙ୍କ ବିରୋଧରେ ମାମଲା ଭିସ୍‌ନଗର ଅଦାଲତରେ ବିଚାରାଧୀନ ଥିଲା ।