ଫିକା ପଡିବ ନୂଆବର୍ଷ । ଜାଣନ୍ତୁ କେଉଁ ରାଜ୍ୟରେ ଲାଗିଛି କି କଟକଣା ?

180

କନକ ବ୍ୟୁରୋ : ୨୦୨୧ ବର୍ଷର ଆଜି ହେଉଛି ଶେଷ ଦିନ । କରୋନା କଟକଣା ଯୋଗୁଁ ଅନେକ ରାଜ୍ୟରେ ନୁଆ ବର୍ଷ ପାଳନ ଫିକା ରହିବ । ଭାରତର ଅଲଗା ଅଲଗା ରାଜ୍ୟରେ ଜାରି କଟକଣା ମଧ୍ୟରେ ନୂଆ ବର୍ଷକୁ ସ୍ୱାଗତ କରାଯିବ ।

– ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି ରହିଛି । ରାତି ୧୧ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଜାରି
– ଦିଲ୍ଲୀରେ ସିନେମା ହଲ ବନ୍ଦ, ହୋଟେଲ ୫୦% କ୍ଷମତାରେ ଚାଲିବ
– ମହାରାଷ୍ଟ୍ରରେ ନୂଆବର୍ଷ ପାଳନ ଉପରେ କଟକଣା
– ରାତି ୯ଟାରୁ ସକାଳ ୬ଟା ଯାଏଁ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ
– ଉତରପ୍ରଦେଶରେ ବି ନାଇଟ କର୍ଫ୍ୟୁ ଜାରି କରାଯାଇଛି
– ହରିୟାଣା ଓ ଉତରାଖଣ୍ଡରେ ବି ନାଇଟ କଫ୍ୟୁ ଜାରି ହୋଇଛି
– କର୍ଣ୍ଣାଟକରେ ନାଇଟ କର୍ଫ୍ୟୁ, ନୂଆବର୍ଷରେ ସାର୍ବଜନୀନ ସ୍ଥାନରେ ସମସ୍ତ ପ୍ରକାରର କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ
– କେରଳରେ ବି ନାଇଟ କର୍ଫ୍ୟୁ, ରାତିରେ ନୂଆବର୍ଷ ପାଳନ ଉପରେ କଟକଣା
– ଅହମ୍ମଦାବାଦ, ସୁରଟ ସମେତ ଗୁଜରାଟର ୮ ସହରରେ ରାତି ୧୧ଟାରୁ ସକଳ ୫ଟା ଯାଏଁ ନାଇଟକର୍ଫ୍ୟୁ

ନୂଆବର୍ଷ: ଓଡିଶାରେ କ’ଣ କଟକଣା?

– ଜିରୋ ନାଇଟ୍ ଓ ନ୍ୟୁ ଇୟର ସେଲିବ୍ରେସନ୍ ଉପରେ ସଂପୂର୍ଣ୍ଣ କଟକଣା
– ହୋଟେଲ, କ୍ଲବ ଓ ରେଷ୍ଟୁରାଂଟରେ ନୂଆବର୍ଷ ପାଳନ ମନା
– ପାର୍କ, କନଭେନସନ୍ ହଲ, କଲ୍ୟାଣ ମଣ୍ଡପରେ ପାଳନ ହେବନି ଉତ୍ସବ
– ନୂଆବର୍ଷରେ ହୋଇପାରିବନି ପିକନିକ୍ କିମ୍ବା ବଣଭୋଜି
– ଅକ୍ରେଷ୍ଟ୍ରା ଓ ନାଚ, ଗୀତ ଉପରେ ବି ରୋକ୍ ଲଗାଇଲେ ସରକାର
– ରାଲି, ସାଂସ୍ମୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ଲାଗିଲା କଟକଣା
– କଟକଣା ଭିତରେ ବିବାହ ଓ ଦଶାହ କାମକୁ ମିଳିବ ଅନୁମତି