ସରକାରଙ୍କ ପକ୍ଷରୁ ନିଆଗଲା ବଡ ପଦକ୍ଷେପ ! ଏଣିକି ଆତଙ୍କବାଦୀଙ୍କ ଗୁଳିରେ ଆଉ ନିରୀହ ଲୋକଙ୍କ ଜୀବନ ଯିବନାହିଁ ।

15

କନକ ବ୍ୟୁରୋ : ଅନେକ ସମୟରେ ପାକିସ୍ଥାନ ପକ୍ଷରୁ ହେଉଥିବା ଗୁଳିମାଡରେ ନିରୀହ ଜନସାଧାରଣଙ୍କର କ୍ଷତି ହେଉଛି । ଅନେକଙ୍କ ମୃତ୍ୟୁ ମଧ୍ୟ ହେଉଛି । ତେଣୁ ଅକାରଣରେ ମୃତ୍ୟୁକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ନୂତନ ଯୋଜନା କରିବାକୁ ଚେଷ୍ଟା କରୁଛନ୍ତି । ପ୍ରତ୍ୟେକ ସମୟରେ ନିୟନ୍ତ୍ରିତ ସୀମାରେଖା ତଥା ଏଲଓସିରେ ପାକିସ୍ଥାନ ପକ୍ଷରୁ ବିନା କାରଣରେ ଗୁଳିମାଡ କରାଯାଉଛି । ତେଣୁ ଦେଶବାସୀଙ୍କ ସୁରକ୍ଷା ଲାଗି ଏଭଳି ଏକ ପଦକ୍ଷେପ କେନ୍ଦ୍ର ସରକାର ନେଇଛନ୍ତି ବୋଲି କହିଛନ୍ତି । ପାକିସ୍ଥାନର ଗୁଳିଠାରୁ ବଞ୍ଚିବା ଲାଗି ଏହା ଜରୁରୀ ବୋଲି ସରକାର କହଛନ୍ତି । ତେଣୁ ପୁଞ୍ଚ ଜିଲ୍ଲାରେ ୧୩୨୦ ଓ ଅନ୍ତରାଷ୍ଟ୍ରୀୟ ସୀମାରେ ୬୮୦ ଟି ସାମୁଦ୍ରିକ ବଙ୍କର ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଛି ।

ଏକ ରିର୍ପୋଟରୁ ଜଣାପଡିଛି କି ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦିନ ପାକିସ୍ଥାନ ଭାରତୀୟ ସୀମାରେ ୨ ରୁ ୩ ଥର ଗୁଳିମାଡ କରୁଛି । ଯାହା ଫଳରେ୍ ଅନେକ ସମୟରେ ଯବାନମାନେ ଆହତ ହେବା ସହ ସାଧାରଣ ଜନତା ମଧ୍ୟ ଆହତର ଶିକାର ହେଉଛନ୍ତି । ଏଥର ୧୭୨ ଦିନରେ ୫୧୬ ଥର ପାକିସ୍ଥାନ ନିଜ ଆଡୁ ପ୍ରଥମେ ଗୁଳିବର୍ଷଣ କରିଛି । ତେଣୁ ଏପରି ପରିସ୍ଥିତିକୁ ସମ୍ମୁଖିନ କରିବା ପାଇଁ ବଙ୍କର ଯୋଜନା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ବଙ୍କର ତିଆରି ହେଲେ କେବଳ ପାକିସ୍ଥାନ ନୁହେଁ ଆତଙ୍କବାଦୀଙ୍କ ଠାରୁ ଯବାନ ଓ ସାଧାରଣ ଲୋକ ସୁରକ୍ଷା ପାଇ ପାରିବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂଚନା ଦେଇଛି ।