ପାଠ ନ’ପଢାଇ ଦୁର୍ନୀତି କରୁଥିଲେ ଶିକ୍ଷକ ! ଖୋଲିଲା କୋଟିପତି ସାରଙ୍କର କଳାଧନର ପେଡି

50

ଗଞ୍ଜାମ : କୋଟିପତି ସାରଙ୍କର ୧ କିଲୋରୁ ଅଧିକ ସୁନା । ଗଞ୍ଜାମ ଦରବାଗଣ୍ଡା ସ୍କୁଲର ପ୍ରଧାନଶିକ୍ଷକ ଦିଲ୍ଲୀପ ଆଚାର୍ଯ୍ୟଙ୍କ ବ୍ୟାଙ୍କ ଲକର ଖୋଲିବା ପରେ, ଭିଜିଲାନ୍ସର ଆଖି ଖୋସି ହୋଇଯାଇଛି । ଏପରିକି ଆୟର ଉତ୍ସ ଖୋଜିବାକୁ ଆୟକର ବିଭାଗକୁ ମାମଲା ହସ୍ତାନ୍ତର ହୋଇଛି । କେମିତି ସ୍କୁଲ ମାଷ୍ଟର ସାଜିଲେ କୁବେର ସେନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

vigilance raidଦିଲ୍ଲୀପ ଆଚାର୍ଯ୍ୟ । ଗଞ୍ଜାମ ଜିଲ୍ଲା ସେରଗଡ ବ୍ଲକ ଦରବାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ । ଛାତ୍ରଛାତ୍ରୀଙ୍କୁ ନୀତି ନୈତିକତାର ପାଠ ପଢାଉଥିବା ଏହି ଶିକ୍ଷକ ଅଚଳାଚଳ ସଂପତିର ମାଲିକ । ଭିଜିଲାନ୍ସ ଚଢାଉ ପରେ ଧରାପଡିଛି ଅନୈତିକ ଉପାୟରେ ରୋଜଗାର କରିଥିବା ସାରଙ୍କ ସଂପତି । ଗତକାଲି ସାମ୍ନାକୁ ଆସିଥିଲା ଦିଲ୍ଲୀପ ସାରଙ୍କ ରାଜପ୍ରାସାଦ । ଆଉ ଆଜି ବ୍ୟାଙ୍କ ଲକ୍କର ଖୋଲିବା ପରେ ମିଳିଛି ୧ କିଲୋ ୩୩୫ ଗ୍ରାମ ସୁନା ଗହଣା । ୧୦୦ ଗ୍ରାମ ରୁପା ମଧ୍ୟ ଜବତ କରିଛି ଭିଜିଲାନ୍ସ ବିଭାଗ । କେଉଁଠୁ ଆସିଲା ଏତେ ସଂପତି ଓ ସୁନା ସେନେଇ ଛାନଭିନ ଆରମ୍ଭ ହୋଇଛି ।

ଅଭିଯୋଗ ହେଉଛି ଦିଲ୍ଲୀପ ସାର କେବେ ସ୍କୁଲକୁ ଯାଉନଥିଲେ । ତାଙ୍କ ଦ୍ୱାରା ନିଯୁକ୍ତ ଅନ୍ୟଜଣେ ଶିକ୍ଷକ ତାଙ୍କ ପାଇଁ କାମ ତୁଲାଉଥିଲେ । ଏଥିରେ କେହି ଉପରିସ୍ଥ ଅଧିକାରୀ ତାଙ୍କୁ ସହଯୋଗ କରୁଥିଲେ କି ନା ସେନେଇ ମଧ୍ୟ ଛାନଭିନ କରିବ ଭିଜିଲାନ୍ସ ।

କେବଳ କର୍ମଚାରୀଙ୍କ ବଦଳି ଓ ପଦନ୍ନୋତିରୁ ଅନୈତିକ ଭାବେ ଏତେ ଟଙ୍କା ଠୁଳ କରିଛିନ୍ତି ଦିଲ୍ଲୀପ ଆଚାର୍ଯ୍ୟ । ନା ତାଙ୍କ ଆୟର ଉତ୍ସ ଆଉକିଛି ତାର ଚେର ଖୋଜିବ ଆୟକର ବିଭାଗ ।

ଏହା ସହ ଦେଖନ୍ତୁ ମାଷ୍ଟରଙ୍କ ରାଜପ୍ରସାଦ! ଭିଜିଲାନ୍ସ ଜାଲରେ ଗଞ୍ଜାମର କୋଟିପତି ପ୍ରଧାନଶିକ୍ଷକ