ପୁଲିସ ଗୁଳିରେ ଘାଇଲା ଦୁର୍ଦ୍ଦାନ୍ତ ଅପରାଧୀ ! ଗଂଜାମ ଆସିକାରେ ଏନକାଉଂଟରରେ ଅନନ୍ତ ପଟ୍ଟନାୟକ ଆହତ

32

କନକ ବ୍ୟୁରୋ : ପୁଲିସ ଗୁଳିରେ ଘାଇଲା ଦୁର୍ଦ୍ଦାନ୍ତ ଅପରାଧୀ । ଗଂଜାମ ଆସିକା କରଞ୍ଜେଇ ନିକଟରେ ପୁଲିସ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକ ଆହତ ହୋଇଛି । ଅନନ୍ତର ଡାହଣ ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନନ୍ତ ଠାରୁ ମାଉଜର, ଦୁଇଟି ଗୁଳି ଓ ବାଇକ ଜବତ ହୋଇଛି । ତେବେ ତା ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧୀକ ମାମଲା ରହିଛି ।