କୋହଲିଙ୍କ ସହ ବିବାଦ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି । କହିଲେ, ଏମିତି କଥା…

466

କନକ ବ୍ୟୁରୋ: କୋହଲିଙ୍କ ସହ ବିବାଦ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି । କହିଲେ, କୌଣସି ପ୍ରତିକ୍ରିୟା କିମ୍ବା ପ୍ରେସମିଟ କରାଯିବନି । ଏହି ପ୍ରସଙ୍ଗକୁ ବିସିସିଆଇ ଉପରେ ଛାଡି ଦିଆଯାଉ । ବିସିସିଆଇ ଏହାକୁ ସଠିକ ଭାବରେ ସାମ୍ନା କରିବ । କୋହଲିଙ୍କ ମନ୍ତବ୍ୟ ପରେ ବିସିସିଆଇ କୌଣସି ପ୍ରତିକ୍ରିୟା ଦେଇନି । ଅଧିନାୟକ ପଦକୁ ନେଇ ଗାଙ୍ଗୁଲିଙ୍କ ବୟାନ ଭୁଲ ବୋଲି କହିଥିଲେ କୋହଲି ।

ଗତକାଲି ସାମ୍ବାଦିକ ସମ୍ମିଳନୀ କରିଥିଲେ କୋହଲି । ଦିନିକିଆ ସିରିଜରୁ ବ୍ରେକ୍ ନେବା ପାଇଁ ସେ ବିସିସିଆଇକୁ ସମୟ ମାଗିନଥିବା କହିଥିଲେ । ତାଙ୍କୁ ନେଇ ଯେଉଁ ଖବର ପ୍ରଚାର ହେଉଛି ତାହା ସଂପୂର୍ଣ୍ଣ ଭୁଲ । କୋହଲି କହିଥିଲେ, ସେ ଦିନିକିଆରେ ଅଧିନାୟକ ରହିବାକୁ ଚାହୁଁଥିଲେ । ହେଲେ ମନୋନୟନକାରୀ ତାଙ୍କ ନିଷ୍ପତି ନେଇଛନ୍ତି । ଆଉ ଏହି ନିଷ୍ପତ୍ତିକୁ ମୁଁ ସମ୍ମାନ ଜଣାଉଛି । ମୁଁ ଦିନିକିଆ ସିରିଜ ଖେଳିବି ଏବଂ କ୍ରିକେଟ ଖେଳୁଥିବା ପର୍ୟ୍ୟନ୍ତ ଭାରତୀୟ କ୍ରିକେଟର କ୍ଷତି ହେବାକୁ ଦେବି ନାହିଁ ।