ଆଜି ବିଶ୍ୱର ଦୀର୍ଘତମ ନଦୀ ବିହାର ‘ଗଙ୍ଗାବିଳାସ’ର ହେବ ଉଦଘାଟନ : ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

186

କନକ ବ୍ୟୁରୋ : ଆଜି ବିଶ୍ୱର ଦୀର୍ଘତମ ନଦୀ ବିହାର ‘ଗଙ୍ଗାବିଳାସ’ର ହେବ ଉଦଘାଟନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ । ବାରଣାସୀରୁ ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡ଼ ପର୍ଯ୍ୟନ୍ତ ଚାଲିବ ଏହି ଜଳ ଯାନ । ୫୦ ଦିନରେ ବିଭିନ୍ନ ଐତିହାସିକ ସ୍ଥାନ ବୁଲିବ ଏହି କ୍ରୁଜ୍ ।

– ପୃଥିବୀର ଦୀର୍ଘତମ ନଦୀ ବିହାର ‘ଗଙ୍ଗା ବିଳାସ’
– ଏହି କ୍ରୁଜ୍ ୫୦ଦିନର ଯାତ୍ରା କରିବ
-ସର୍ବମୋଟ ୪୦୦୦ କିଲୋମିଟର ଯାତ୍ରା କରିବ
-ଏହି ବିଳାସପୂର୍ଣ୍ଣ କ୍ରୁଜ୍ ବାରାଣସୀରୁ ବାହାରି ଗାଜିପୁର, ବକ୍ସାର ଓ ପାଟନା ଦେଇ କୋଲକାତାରେ ପହଁଚିବ
-ସୁନ୍ଦରବନ ଓ କାଜିରଙ୍ଗା ପରି ବିଭିନ୍ନ ଜାତୀୟ ଉଦ୍ୟାନ ଦେଇ ଏହା ଯିବ
-ବାଂଲାଦେଶ ନଦୀଦେଇ ଏହା ୧୫ ଦିନ ଯାତ୍ରା କରିବ
-ତାପରେ ଏହା ଗୁଆହାଟୀ ଦେଇ ଦିବ୍ରୁଗଡରେ ପହଁଚିବ
– ଗଙ୍ଗା ବିଳାସ ଭାରତର ଦୁଇଟି ବଡ ନଦୀ ଗଙ୍ଗା ଓ ବ୍ରହ୍ମପୁତ୍ରରେ ବିହାର କରିବ
-ବାଟରେ ଏହା ୫୦ରୁ ଅଧିକ ଐତିହ୍ୟ ସ୍ଥଳରେ ରହିବ
-ଏହି କ୍ରୁଜରେ ସବୁପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି
-ସଂଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ଜିମ୍, ସ୍ପା ରହିଛି
-ଏଥିସହ ଖୋଲା ଡେକରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭେଗ କରିବାର ସୁବିଧା ରହିଛି
– ଏହି କ୍ରୁଜରେ ୮୦ ଜଣ ପାସେଞ୍ଜର ଯାତ୍ରା କରିବାର ସୁବିଧା ଅଛି