ବିଦେଶୀ ସାହିତ୍ୟିକ ସେକ୍ସପିଅର, ମିଲ୍ଟନଙ୍କ ବଦଳରେ ଛାତ୍ରଛାତ୍ରୀ ପଢିବେ ନିଜ ଦେଶର ସାହିତ୍ୟିକାରଙ୍କ କୃତି । ନୂଆ ଶିକ୍ଷା ବର୍ଷ ନେଇ ପର୍ଯ୍ୟାଲୋଚନା ପରେ ନିଷ୍ପତ୍ତି

97

କନକ ବ୍ୟୁରୋ: ସ୍ନାତକୋତ୍ତର ଶ୍ରେଣୀରେ ଏଣିକି ଆଉ ବିଦେଶୀ ଲେଖକଙ୍କ ଉପନ୍ୟାସ କି କବିତା ପଢିବେ ନାହିଁ ଛାତ୍ରଛାତ୍ରୀ । ଏହା ବଦଳରେ ନିଜ ଦେଶର କବି ଓ ଲେଖକଙ୍କ ସାହିତ୍ୟ ସର୍ଜନାକୁ ପଡିବେ । ଡିଡିୟୁ ପ୍ରଧ୍ୟାପକଙ୍କ ଆଲୋଚନା ପରେ ନିଆଯାଇଛି ଏଭଳି ନିଷ୍ପତ୍ତି ।

ପୂର୍ବାଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ସାହିତ୍ୟ ଜଗତ ସହ ଓତଃପ୍ରୋତ ଭାବେ ଜଡିତ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ଦୀନଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରଧ୍ୟାପକଗଣ । ବିଦେଶର ପ୍ରଖ୍ୟାତ ଲେଖକ ତଥା ଔପନ୍ୟାସିକ, ନାଟ୍ୟକାର ସେକ୍ସପିଅର ଓ ମିଲ୍ଟନଙ୍କ ବଦଳରେ ପଢିବେ ଭାରତର କାଳଜୟୀ ନାଟକ, କବିତା ଓ ଉପନ୍ୟାସ । ଗୁଲଜାର, ଚେତନ ଭଗତ, ଅମିଶ ତ୍ରିପାଠୀଙ୍କ ଉପନ୍ୟାସ ସହ ହ୍ୟାରିପୋଟର ଭଳି ଆଡଭେଞ୍ଚର ପୁସ୍ତକ ସବୁ ପଢିପାରିବେ ଛାତ୍ରଛାତ୍ରୀ ।