ବର୍ଷା ଆଣିଲା ବଢି ! କଳାହାଣ୍ଡିର ହାତୀ ନଦୀରେ ବନ୍ୟା

38

କନକ ବ୍ୟୁରୋ : ଲଘୁଚାପ ବର୍ଷା ଯୋଗୁଁ କଳାହାଣ୍ଡି ହାତୀ ନଦୀରେ ବନ୍ୟା ସ୍ଥିତି । କଲମପୁର ବ୍ଲକରେ ବନ୍ୟା ପାଣି ପ୍ରବାହିତ ହେଉଛି । କଲମପୁର ବ୍ଲକର ୨ଟି ଗାଁରେ ପାଣି ପଶିଛି । ସେହିପରି ବନକନା ପଂଚାୟତର ଟେମରା ଓ ବୀରପୁର ମାଟିଖାଲ ଗାଁରେ ବନ୍ୟା ପାଣି ପ୍ରବାହିତ ହେଉଛି । ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ଘାଈ ସୃଷ୍ଟି ହୋଇଛି । ଘେନୁଗୁଡା କେନାଲ ନିକଟରେ ୧୫ ଫୁଟର ଘାଇ ହେବା ଫଳରେ ତଳମୁଣ୍ଡରେ ଥିବା ଖବରମାଳ, କୁରୀଗୁମା ଗାଁର ଅନେକ ଘରେ ପାଣି ପଶିଯାଇଛି । ବ୍ୟାରେଜର ୫ଟି ଗେଟ୍ ବନ୍ଦ ଥିଲା ଓ ହଠାତ୍ ଗେଟ୍ ଦେଇ ୮ ଶହ କ୍ୟୁସେକ ପାଣି ଛଡା ଯିବା ଦ୍ୱାରା ବନ୍ୟା ଦେଖାଦେଇଛି । ବ୍ୟାପକ ଜମି ବାଲିଚର ହେବା ସହ ଫସଲ ନଷ୍ଟ ହୋଇଛି । ମୁଖିଗୁଡା-ଜୟପାଟଣା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅନେକ ଅଂଚଳ ପାଣିଘେରରେ ଅଛି ।