ପୁରୀ : ବ୍ରହ୍ମଗିରିରେ ବିରଳ ‘ଫିସିଙ୍ଗ କ୍ୟାଟ’ ଉଦ୍ଧାର

48

କନକ ବ୍ୟୁରୋ: କୂଅରୁ ଉଦ୍ଧାର ହେଲା ବିରଳ ଫିସିଙ୍ଗ କ୍ୟାଟ୍ । ପୁରୀ ଜିଲ୍ଲା ବ୍ରହ୍ମଗିରିର ସୁନାମୁହିଁ ରାସ୍ତାରେ ଲୋକଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ଏକ କୂଅରେ ପଡିଯାଇଥିଲା ଏହି ଫିସିଙ୍ଗ୍ କ୍ୟାଟ । ପରେ ଲୋକ ଏହାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହୀ ବିଲୁପ୍ତ ପ୍ରାୟ ପ୍ରାଣୀ । ଏହି ଫିସିଂ କ୍ୟାଟ୍ ମଣିଷ ଛୁଆଁଙ୍କୁ ଉଠେଇ ନେଇ ଖାଇ ଦିଅନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତା ରାତିରେ ବ୍ରହ୍ମଗିରି ରେଞ୍ଜରେ ବିରଳ ଫିସିଙ୍ଗ କ୍ୟାଟ ପଥଚାରୀଙ୍କୁ ଆକ୍ରମଣ ଉଦ୍ୟମ କରିଥିଲା । ତେବେ ସୁନାମୁହିଁ-ବରକୁଦି ରାସ୍ତାର ମୋତି ଛକଠାରେ ଦୁଇ ଜଣ ପଥଚାରୀ ଗାଁକୁ ଫରୁଥିବା ବେଳେ ହଠାତ ବୁଦା ଭିତରୁ ଦୁଇଟି ‘ଫିସିଙ୍ଗ କ୍ୟାଟ’ ତାଙ୍କୁ ଆକ୍ରମଣ ପାଇଁ ଉଦ୍ୟମ କରିଥିଲେ । ପଥଚାରୀଙ୍କ ଚିତ୍କାର ଶୁଣି ପାଖରେ ଥିବା ଲୋକମାନେ ଦୌଡି ଆସିବାରୁ ମା’ ଫିସିଙ୍ଗ କ୍ୟାଟଟି ନିକଟସ୍ଥ ବୁଦା ଭିତରକୁ ପଳାଇଥିଲା ।

କିନ୍ତୁ ଛୁଆଟି ରହିଯାଇଥିଲା । ଲୋକମାନେ ଛୁଆକୁ ଉଦ୍ଧାର କରି ବ୍ରହ୍ମଗିରି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଛୁଆକୁ ଉଦ୍ଧାର କରିବା ସହିତ ଏହା ଏକ ବିରଳ ‘ଫିସିଙ୍ଗ କ୍ୟାଟ’ ବୋଲି ସ୍ପଷ୍ଟ କରିଛି । ସାଧାରଣତଃ ଚିଲିକା ଉପକୂଳରେ ଏହି ବିରଳ ବନ୍ୟଜନ୍ତୁ ଦେଖାଯାଇଥାନ୍ତି ।