ଶଶିଙ୍କ ପେଡିରୁ ଆସିଲା ଶେଷ ବଜେଟ୍ ! ‘କାଳିଆ’ ଯୋଜନାକୁ ବଜେଟରେ ମିଳିଲା ପ୍ରାଧାନ୍ୟ ।

ଏହାଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୫ଟି ଋତୁରେ ପରିବାର ପିଛା ସର୍ବମୋଟ୍ ୨୫ ହଜାର ଟଙ୍କାର ଅନୁଦାନ ଏହି ଯୋଜନାର ପ୍ରଥମ ଉପାଦାନରେ କାର୍ଯ୍ୟକାରୀ ହୋଇସାରିଛି ।

587

କନକ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିତ ହେଲା ନବୀନ ସରକାରଙ୍କ ଶେଷ ତଥା ଅନ୍ତରୀଣ ବଜେଟ । ମୋଟ୍ ୫୬ ହଜାର ୯୨୧ କୋଟି ଟଙ୍କାର ବଜେଟରେ କାଳିଆ ଯୋଜନାକୁ ପ୍ରାଧାନ୍ୟ ଦେଇଛନ୍ତି ରାଜ୍ୟ ସରକାର । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ବଜେଟ୍ ବାକ୍ସରୁ ‘କାଳିଆ’ ଯୋଜନାକୁ ଅଧିକ ତ୍ୱରାନିତ କରିବା ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି । 

କୃଷକ ମାନଙ୍କର କଲ୍ୟାଣ ପାଇଁ ଏହି ଯୋଜନାରେ ୪ ହଜାର ୪ଶହ ୬୧ କୋଟି ଟଙ୍କାର ବ୍ୟୟବରାଦ ବଜେଟରେ କରାଯାଇଛି । କାରଣ ଦେଶରେ ବର୍ତ୍ତମାନ ସବୁଠାରୁ ଦ୍ରୁତ ଗତିରେ ଆଗାଉଥିବା କାଳିଆ ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଯେଉଁଥି ପାଇଁ ‘କୃଷି କଲେ ଉନ୍ନତ ସକଳ ଉନ୍ନତି’ ନାରା ଦେଇ ଏହି ଯୋଜନା ପାଇଁ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି । 

ଏହାଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୫ଟି ଋତୁରେ ପରିବାର ପିଛା ସର୍ବମୋଟ୍ ୨୫ ହଜାର ଟଙ୍କାର ଅନୁଦାନ ଏହି ଯୋଜନାର ପ୍ରଥମ ଉପାଦାନରେ କାର୍ଯ୍ୟକାରୀ ହୋଇସାରିଛି । ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ବଦ୍ଧ । ଭାଗଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକଙ୍କୁ ଏହି ଯୋଜନାରେ ଅର୍ନ୍ତଭୂକ୍ତ କରାଯାଇଛି । କୃଷି ଅର୍ଥନୀତିରେ ୧୦ ହଜାର କୋଟିରୁ ଉଦ୍ଧ୍ୱର୍  ପୁଞ୍ଜି ବିନିଯୋଗ ଗ୍ରାମାଞ୍ଚଳ ସମୃଦ୍ଧିର ମାର୍ଗଦର୍ଶକ ହେବ । ପୁନଶ୍ଚ କାଳିଆ ଉପଭୋକ୍ତା ମାନଙ୍କର ପିଲାମାନଙ୍କୁ ସରକାରୀ ମହାବିଦ୍ୟାଳୟ ଗୁଡିକର ପେଶାଗତ ଶିକ୍ଷା ଯଥା ଡ଼ାକ୍ତରୀ, ଇଞ୍ଜିନିୟରିଂ,କୃଷି ବିଜ୍ଞାନ ଓ ନର୍ସିଂ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷା ନିମନ୍ତେ ସହାୟତା ପ୍ରଦାନ ପାଇଁ କାଳିଆ ବୃତ୍ତି ଘୋଷଣା କରାଯାଇଛି ।  

ବଜେଟରେ କେଉଁ ଯୋଜନାକୁ କେତେ?

• କାଳିଆ ଯୋଜନାକୁ ୪,୪୬୧ କୋଟି

• – କୃଷି ଋଣରେ ସୁଧ ରିହାତି ୮୦୦କୋଟି

• ଆମ ଗାଁ ଆମ ବିକାଶ ଓ ପିଠା ଯୋଜନା ପାଇଁ- ୪୦୦ କୋଟି

• ଗ୍ରାମୀଣ ଜଳ ଯୋଗାଣ ବସୁଧା ପାଇଁ- ୨,୯୩୫ କୋଟି

• ମଧୁବାବୁ ପେନସନ୍ ଯୋଜନା ପାଇଁ ୨୧୨୦ କୋଟି

• ମିଶନ ଶକ୍ତି ପାଇଁ- ୩୦୧ କୋଟି

• ମମତା ପାଇଁ- ୩୦୫ କୋଟି

• ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା-୮୬୪ କୋଟି

• ଗୋପବନ୍ଧୁ ଗ୍ରାମୀଣ ଯୋଜନା-୫୦୦ କୋଟି

• ବିଜୁ ଯୁବ ବାହିନୀ-୧୦୫ କୋଟି

• ପାର୍ବତୀ ଗିରି ବୃହତ  ଉଠାଜଳସେଚନ-୧୭୭୭ କୋଟି

• ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟ କାର୍ଯ୍ୟକ୍ରମ- ୧୪୬୫ କୋଟି

• ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ- ୧୩୦୦ କୋଟି

• କେ.ଜି ପିଛା ୧ ଟଙ୍କା ହାରରେ ଚାଉଳ ଯୋଗାଣ- ୧୦୨୮ କୋଟି

• ଅନୁସୂଚତି ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କୁ ପ୍ରାକ୍ ମାଟ୍ରିକ୍ ଓ ମାଟ୍ରିକ୍ ପରୀକ୍ଷା ପରବର୍ତ୍ତୀ ବୃତ୍ତି ପ୍ରଦାନ-୯୫୯ କୋଟି

• ୩୩/୧୧ କେ.ଭି ସ-ଷ୍ଟେସନ୍ – ୫୩୩ କୋଟି

• ବିଜୁ ସେତୁ ଯୋଜନା ୫୦୦ କୋଟି

• ରାଜ୍ୟରେ ରେଳ ପ୍ରକଳ୍ପ ଉନ୍ନତିକରଣ -୪୧୦ କୋଟି

• ଉନ୍ନତି – ୪୦୧ କୋଟି

• ଆଡ଼ିବନ୍ଧ ନିର୍ମାଣ ୩୫୭ କୋଟି

• ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୩୫୦ କୋଟି

• ଓଡ଼ିଶା ଆଦର୍ଶ ବିଦ୍ୟାଳୟ- ୩୦୦ କୋଟି

• ବିହନ ଓ ସାର ପାଇଁ କର୍ପସ ପାଣ୍ଠି ନିମିତ୍ତ ଅର୍ଥ- ୨୬୦ କୋଟି