ପୁଅକୁ ହରାଇବା ଦୁଃଖ ସହିପାରିଲେନି ବାପା, ନିଜକୁ ଗୁଳି କରି କଲେ ଆତ୍ମହତ୍ୟା

6,432

କନକ ବ୍ୟୁରୋ: ରୋଗାକ୍ରାନ୍ତ ହୋଇ ଦୀର୍ଘଦିନ ହେବ ଚିକିତ୍ସାଧିନ ପୁଅର ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା । ନିଜକୁ ଗୁଳି କରି କଲେ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଲକ୍ଷ୍ନୌରେ । ଘରେ ବାପା, ପୁଅର ମର ଶରୀରକୁ ଦେଖି ଆଖପାଖ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ମୁତାବକ, ଏହି ଘଟଣା ଆଲିଗଞ୍ଜ ଥାନା ଅଞ୍ଚଳର ଘଟଣା । ଏଠାରେ ରହୁଥିବା ଜନୈକ ବ୍ୟକ୍ତିଙ୍କର ଏକମାତ୍ର ପୁଅର ମୃତ୍ୟୁ ପରେ ଘରେ କାନ୍ଦବୋବାଳି ପଡିଥିଲା । ଏହାକୁ ନେଇ ମାନସିକ ଭାରସାମ୍ୟ ହରାଇଥିଲେ ବ୍ୟକ୍ତି ଜଣକ । ଶେଷରେ ମୃତ୍ୟୁକୁ ଚରମ ନିଷ୍ପତ୍ତି ଭାବେ ଗ୍ରହଣ କରିନେଲେ । ନିଜ ବନ୍ଧୁକରେ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ।

ଗୁଳି ଶବ୍ଦ ଶୁଣି ସମ୍ପର୍କୀୟ ଆସି ଦେଖିଲା ବେଳକୁ ଚଟ୍ଟାଣ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ବ୍ୟକ୍ତି ଜଣକ । ସେହିଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।