ଜୟପୁର : ପାଣି ପାଇଁ ଆନ୍ଦୋଳନ କଲେ ଶତାଧିକ ଚାଷୀ

17

କନକ ବ୍ୟୁରୋ : ଜୟପୁରରେ ଚାଷୀ ପୋଲିସ ଧସ୍ତାଧସ୍ତି । ପାଣି ପାଇଁ ଶତାଧିକ ଚାଷୀ କରିଛନ୍ତି ଆନ୍ଦୋଳନ । ଜଳ ବିଦ୍ୟୁତ ନିଗମ କାର୍ଯ୍ୟାଳୟ ଘେରାଉ ବେଳେ ଚାଷୀ ପୁଲିସ ମୁହାଁମୁହିଁ ହୋଇଛନ୍ତି । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଚାଷ ଜମିକୁ ପାଣି ନଛାଡିବାରୁ ଅଫିସ ଘେରାଉ କରିଥିଲେ ଚାଷୀ ।

ଜାନୁୟାରୀ ମାସ ୨ ତାରିଖରୁ ଚାଷ ଜମିରେ ପାଣି ଛଡ଼ାଯିବ ବୋଲି କହିଥିଲେ ନିଗମ କର୍ତ୍ତୃପକ୍ଷ । ପାଣି ମଧ୍ୟ ଛଡା ଯାଇଥିଲା । ହେଲେ ମାତ୍ର ୨ରୁ ୩ ଦିନରେ ପାଣି ବନ୍ଦ କରିଦିଆଗଲା । ଚାଷୀମାନେ ଅଭିଯୋଗ କରିଛନ୍ତି ଜୟପୁର ବ୍ଳକରେ ପାଣି ଛଡ଼ାଯାଉଥିବା ବେଳେ କୋଟପାଡ଼ ବ୍ଳକରେ ବନ୍ଦ କରାଯାଇଛି ।