ଗିରଫ ହେଲେ ଭଣ୍ଡ ବାବା । ନିସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ଠକିନେଲେ ୩ଲକ୍ଷ ୯୦ ହଜାର ଟଙ୍କା ।

139

କନକ ବ୍ୟୁରୋ: ଗିରଫ ହେଲେ ଭଣ୍ଡ ବାବା । ନିସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ୩ଲକ୍ଷ ୯୦ ହଜାର ଟଙ୍କାର ଠକି ନେଇଥିଲେ ଯାଜପୁରର ଭଣ୍ଡବାବା ସିଦ୍ଧେଶ୍ୱର ସାମନ୍ତରାୟ । ବଡ଼ ଧରଣର ଆର୍ଥିକ ଠକେଇର ଶିକାର ହୋଇଛନ୍ତି କଟକର ଦମ୍ପତି । ବିବାହର ଅନେକ ବର୍ଷ ହୋଇଯାଇଥିଲେ ସଂଗ୍ରାମଙ୍କ ପତ୍ନୀଙ୍କର କୌଣସି ସନ୍ତାନ ହୋଇନଥିଲା । ମେଡିକାଲ ଯାଇ ନିରାଶ ହେବା ଶେଷରେ ଏହି ଭଣ୍ଡବାବାଙ୍କ ବିଷୟରେ ଶୁଣିଥିଲେ ସଂଗ୍ରାମ । ଚାରିଆଡ଼ୁ ନିରାଶ ହେବା ପରେ କାଳେ ଏଠି ତାଙ୍କ ଦୁଃଖ ଦୂର ହେବ ଭାବି ସେ ଭଣ୍ଡବାବାଙ୍କ ପାଖକୁ ଯାଇଥିଲା । ପୂଜାର୍ଚ୍ଚନା କରିବା, ଚେର ମୂଳି ଖାଇବା ଦେବା କହି ପ୍ରାୟ ୩ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ଭଣ୍ଡବାବା । ହେଲେ ଏତେ ପଇସା ଖର୍ଚ୍ଚ କରି ମଧ୍ୟ ସନ୍ତାନ ନହେବାରୁ ଶେଷରେ ବାଦାମବାଡ଼ି ଥାନାରେ ଦ୍ୱାରସ୍ତ ହୋଇଥିଲେ ସଂଗ୍ରାମ । ଅଭିଯୋଗ ପରେ ଭଣ୍ଡବାବାକୁ ଧରିଥିଲା ପୋଲିସ । କେହି ବି ବାବାମାନଙ୍କ ହାବୁଡ଼ରେ ନପଡ଼ିବାକୁ ଅପିଲ କରିଛନ୍ତି ଅଭିଯୋଗକାରୀ । ଖାଲି ସଂଗ୍ରାମ ନୁହେଁ ଏପରି ଅନେକ ଲୋକ ମଧ୍ୟ ଏହି ଭଣ୍ଡବାବାଙ୍କ ହାବୁଡ଼ରେ ପଡ଼ି ହଇରାଣ ହୋଇଛନ୍ତି । ଅଭିଯୁକ୍ତଙ୍କ ନାଁରେ ଥାନାରେ ଏକାଧିକ ମାମଲା ରହିଛି । ବିଭିନ୍ନ ରୋଗ ଭଲ କରିବାକୁ ଲୋକଙ୍କୁ ମିଛ ସତ କହି ଭଣ୍ଡାଉଥିଲେ ଭଣ୍ଡବାବା ।