ଗ୍ରୀଷ୍ମ ପୂର୍ବରୁ ଶୁଖିଗଲାଣି ନଦୀ ! ଯାଜପୁରରେ ଦେଖିବାକୁ ମିଳିଲା ପରିବେଶ ପ୍ରଦୂଷଣର ଆଉ ଏକ ଉଦାହରଣ

48

କନକ ବ୍ୟୁରୋ : ଜଙ୍ଗଲ ନଷ୍ଟ, କଳାକାରାଖାନା ସଂଖ୍ୟା ବୃଦ୍ଧି ଓ ଖଣି ଖନନ ଯୋଗୁଁ ପରିବେଶ ଉପରେ ଏହାର କୁପ୍ରଭାବ ପଢୁଛି । ସିଧାସଳଖ ନଦୀ ଉପରେ ଏହାର ପ୍ରଭାବ ପଡୁଛି । ଯାହା ଫଳରେ ନଦୀର ଜଳସ୍ତର କମିବା ସହ ନଦୀର ଜଳ ପ୍ରଦୂଷିତ ହେଉଥିବାରୁ ଲୋକେ ଚିନ୍ତାରେ ପଡିଯାଇଛନ୍ତି । ଆଉ ଏହାର ନିଚ୍ଛକ ଉଦାହରଣ ଯାଜପୁରରେ ଦେଖିବାକୁ ମିଳିଛି ।

vlcsnap-2017-12-04-17h30m13s516ଯାଜପୁରରେ ପ୍ରବାହିତ ହେଉଛି ୩ଟି ନଦୀ । ବୈତରଣୀ,ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ । କିନ୍ତୁ ଗତ କିଛି ବର୍ଷ ହେଲା ଏହି ନଦୀ ଗୁଡିକର ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ବ୍ରାହ୍ମଣୀ ନଦୀ ଶୁଖିଲା ପଡିବା ଯୋଗୁଁ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଜିଲ୍ଳାରେ ଅଧିକ ସଂଖ୍ୟକ କାରଖାନା ଓ ଖଣି ଖନନ ହେଉଥିବାରୁ ଜଳସ୍ତର ହ୍ରାସ ପାଉଛି । ଏପରିକି କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ନଦୀକୁ ଛଡାଯାଉଥିବାରୁ ନଦୀ ଗୁଡିକ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି । ଏପରିକି କିଛି ନଦୀ ମୁହାଣ ବନ୍ଦ ହୋଇ ଯାଇଥିବାରୁ ପାଣି ଆସୁନାହିଁ । ଯାହାର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡୁଛି । ଜଳସ୍ତର ହ୍ରାସ ପାଇବା ହେତୁ ନଦୀ ନିକଟବର୍ତ୍ତୀ ଅଞ୍ଚଳର କୂଅରୁ ମଧ୍ୟ ପାଣି ଶୁଖିଯାଉଛି । ଏଭଳି ସମସ୍ୟା ବର୍ଷରେ ୬ ମାସ ଦେଖିବାକୁ ମିଳୁଛି ।

ସାଧାରଣତଃ ନଦୀ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମସ୍ତେ ନିର୍ଭର କରିଥାନ୍ତି । କିନ୍ତୁ ନଦୀ ଗୁଡିକରେ ଜଳସ୍ତର ହ୍ରାସ ପାଇବା ସହ ପ୍ରଦୁଷିତ ହେବା ଫଳରେ ଏହାର କୁପ୍ରଭାବ ଲୋକଙ୍କ ଉପରେ ପଡୁଛି ।ଅନ୍ୟପଟେ ଯାଜପୁର ଗସ୍ତରେ ଆସିଥିବା ଜଳସଂପଦ ବିଭାଗ ସଚିବ କହିଛନ୍ତି, ବ୍ରାହ୍ମଣୀ ନଦୀର ଜଳସ୍ତର କମିବା ନେଇ ଖବର ଅଛି ଏବଂ ଖୁବ ଶୀଘ୍ର ଏନେଇ ପଦକ୍ଷେପ ନିଆଯିବ । ଏଭଳି ସମସ୍ୟା କେବଳ ଯାଜପୁର ନୁହେଁ ବରଂ ପୂରା ବିଶ୍ୱରେ ଦେଖିବାକୁ ମିଳୁଛି ଏବଂ ଏହି ସମସ୍ୟାରୁ ରକ୍ଷା ପାଇବା ପାଇର୍ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି । ତେବେ ଯାଜପୁରରେ ପ୍ରବାହିତ ବୈତରଣୀ,ଖରସ୍ରୋତା ଓ ବ୍ରାହ୍ମଣୀ ପ୍ରତି ବିପନ ଘନେଇବାରେ ଲାଗିଥିବାରୁ ଏନେଇ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି ।