ବନ୍ଦ ହୋଇଯାଇପାରେ ‘ଦ କପିଲ ଶର୍ମା ସୋ’! ନବୀକରଣ ହୋଇନି କଂଟ୍ରାକ୍ଟ, ଟିଆରପି ହ୍ରାସ ବଢାଉଛି ଚିନ୍ତା

47

ଟେଲିଭିଜନ ଜଗତର ବହୁ ପ୍ରତିକ୍ଷୀତ ତଥା ଲୋକପ୍ରିୟ କମେଡି ଧାରାବାହିକ କପିଲ୍ ଶର୍ମା ସୋ’ ଏବେ ପୁଣି ଥରେ ଚର୍ଚ୍ଚାରେ । ତେବେ ଏଥରକ ଖବରଟି କପିଲଙ୍କ ବେହୋସ୍ ହେବା କି କାହା ସହ ପୁଣି ଥରେ ତାଙ୍କ ଝଗଡାକୁ ନେଇ ନୁହେଁ ବରଂ କପିଲଙ୍କ କାର୍ଯ୍ୟକ୍ରମଟି ଖୁବ୍ ଶୀଘ୍ର ବନ୍ଦ ହୋଇପାରେ । ଏଭଳି ଖବରକୁ ନେଇ ଚର୍ଚ୍ଚା ଜୋରଧରିଛି । ମାତ୍ର ଏଯାବତ୍ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୂଚନା ମୁତାବକ, ସୋନିରେ ପ୍ରସାରିତ କପିଲ ଶର୍ମାଙ୍କ ସୋ’ର କଂଟ୍ରାକ୍ଟ ରିଭ୍ୟୁ କରିବା ମୁଡରେ ନାହିଁ ଚ୍ୟାନେଲ । ଚ୍ୟାନେଲ ସହ କପିଲଙ୍କ ସୋ’ର କଟ୍ରାକ୍ଟର ନବୀକରଣ ଗତ ଏପ୍ରିଲ ମାସରେ ପୁଣିଥରେ ହେବାକୁ ଥିଲା । ମାତ୍ର ଏହାର ପାଖାପାଖି ୩ ମାସ ବିତି ଯାଇଥିଲେ ସୁଦ୍ଧା କପିଲ ଶର୍ମା ଓ ଚ୍ୟାନେଲ ମଧ୍ୟରେ ସେଭଳି କୌଣସି ନୁଆ ଡିଲ୍ ସାଇନ୍ କରାଯାଇନାହିଁ । ଏହାର ଅନ୍ୟ ଏକ କାରଣ ସୋ’ର ଟିଆରପି ହ୍ରାସ ମଧ୍ୟ ହୋଇପାରେ । ସେହିପରି କପିଲ ଶର୍ମାଙ୍କର ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେବା ବି ଏହାର ଅନ୍ୟ ଏକ କାରଣ ହୋଇପାରେ ।

ଏଠାରେ ଆମେ କହିରଖୁଛୁ କି, କପିଲ୍ ସୁଟିଂ ସେଟରେ ୩ ଥର ବେହୋସ୍ ହୋଇଯାଇଥିଲେ । ପ୍ରଥମ ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ‘ଗେଷ୍ଟ ଇନ୍ ଲଂଣ୍ଡନ’ର ଟିମ୍ ସେଟରେ ପହଂଚି ଯାଇଥିଲେ ଆଉ ଠିକ୍ ସେହି ସମୟରେ ହିଁ କପିଲ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଯେଉଁଥିପାଇଁ କି ସୁଟିଂକୁ ବନ୍ଦ କରିବାକୁ ପଡିଥିଲା । ‘ଜବ ହ୍ୟାରୀ ମେଟ୍ ସେଜଲ’ର ପ୍ରମୋସନ ପାଇଁ ଯେତେବେଳେ ଶାହରୁଖ ଖାନ ଏବଂ ଅନୁଷ୍କା ଶର୍ମା ସୋ’ରେ ଆସି ପହଂଚିଥିଲେ ସେହି ସମୟରେ ହିଁ ପୁଣି ଥରେ କପିଲ୍ ଅସୁସ୍ଥ ହୋଇପଡିବା ସହ ବେହୋସ୍ ବି ହୋଇଯାଇଥିଲେ । ସେହିପରି ସିନେମା ‘ମୁବାରକା’ର ପ୍ରମୋସନ ସମୟରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା । ଅନିଲ ଏବଂ ଅର୍ଜୁନ କପୂର ସିନେମା ପ୍ରମୋସନର ସମସ୍ତ ଆୟୋଜନ କରିବା ପରେ ମଧ୍ୟ ବିନା ସୁଟିଂରେ ଫେରିବାକୁ ପଡିଥିଲା ।

ତେବେ କପିଲ ଶର୍ମା ସୋ’କୁ, ସୋନି ବଡ ଆଶା ଏବଂ ଯୋଜନା ସହିତ ଲଂଚ କରିଥିଲା ଏବଂ ଏହି ସୋ’ଟି ମଧ୍ୟ ଅନୁରୂପ ଭାବେ ଚ୍ୟାନେଲକୁ ବହୁତ ଲୋକପ୍ରିୟତା ଦେଇଛି କିନ୍ତୁ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି କି, ସୋନି ଏମିତି କଣ ସୋ’ର ପ୍ରସାରଣକୁ ବନ୍ଦ କରିଦେବ ନା ଉଭୟଙ୍କ ମଧ୍ୟରେ ସୋ’କୁ ନେଇ ହୋଇଛି କୌଣସି ନୁଆ ପ୍ଲାନିଂ କିମ୍ବା ଡିଲ୍ ।

ସୌଜନ୍ୟ: ଆଜତକ୍