ଏକ ବିରଳ ରୋଗରେ ଆକ୍ରାନ୍ତ ବଲିଉଡ ଅଭିନେତା ଇର୍ଫାନ ! ଟୁଇଟ୍ କରି କହିଲେ, ଲୋକଙ୍କ ଭଲ ପାଇବା ବଢାଇଛି ମନୋବଳ

28

ବଲିଉଡ୍ ଅଭିନେତା ଇର୍ଫାନ ଖାନ୍ ଏକ ବିରଳ ରୋଗରେ ପିଡିତ ହୋଇଛନ୍ତି । ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମରରେ ପିଡିତ ହୋଇଛନ୍ତି ଅଭିନେତା ଇର୍ଫାନ । ଯାହାର ଚିକିତ୍ସା ପାଇଁ ବିଦେଶ ଯିବେ ଇର୍ଫାନ ଖାନ୍ । ଅନ୍ୟପଟେ ତାଙ୍କର ଆଗାମୀ ସିନେମା ‘ବ୍ଲାକମେଲ୍’ ଏବେ ରିଲିଜ ଅପେକ୍ଷାରେ । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସିନେମାର ପ୍ରମୋସନରେ ଯୋଗ ଦେଇ ପାରୁ ନାହାଁନ୍ତି ଇର୍ଫାନ । ଆଉ ତାଙ୍କ ବିନା ହିଁ ‘ବ୍ଲାକମେଲ୍’ ଏବେ ରିଲିଜ୍ ହେବା ପାଇଁ ପ୍ରସ୍ତୁତ ହେଉଛି ।

ସୂଚନା ମୁତାବକ, ଗତ କିଛି ଦିନ ତଳେ ନିଜର ଏକ ଟ୍ୱିଟ୍ ଜରିଆରେ ଫ୍ୟାନମାନଙ୍କୁ ଦୁଃଖିତ କରିଥିଲେ ଅଭିନେତା ଇର୍ଫାନ୍ ଖାନ୍ । ଟ୍ୱିଟ୍ ଜରିଆରେ ଇର୍ଫାନ ଲେଖିଥିଲେ ଏକ ବିରଳ ରୋଗରେ ପଡିତ ଅଛନ୍ତି ସେ । ଆଉ ୧୦ ଦିନ ପରେ ନିଜ ରୋଗ ବିଷୟରେ ଜଣାଇବେ । ଏବେ ନିଜ ରୋଗ ବିଷୟରେ ଫ୍ୟାନ୍ ମାନଙ୍କୁ ଜଣାଇବା ପାଇଁ ଟ୍ୱିଟ୍ କରିଛନ୍ତି ଇର୍ଫାନ । ତାଙ୍କ ରୋଗର ନାମ ରହିଛି ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର୍ । ଯାହାର ଚିକିତ୍ସା ପାଇଁ ବିଦେଶକୁ ଯିବେ ବୋଲି ଇର୍ଫାନ ଜଣାଇଛନ୍ତି । ସେପଟେ ଇର୍ଫାନଙ୍କ ଦେହ ଖରାପ ହେବା ପରେ ତାଙ୍କ ଆଗାମି ସିନେମା ବ୍ଲାକମେଲର ପ୍ରମୋସନରେ ଯୋଗ ଦେଇ ପାରୁନାହାଁନ୍ତି । ସିନେମାଟି ଏକ ଡାର୍କ କମେଡି ଫଲ୍ମ ହୋଇଥିବାବେଳେ ସିନେମାରେ ମୁଖ୍ୟ ଭୂମିକାରେ ଅଛନ୍ତି ।

ତେବେ ଫିଲ୍ମର ଏକ ଗୀତ ଏବେ ରିଲିଜ୍ କରିଛନ୍ତି ଟିମ୍ ବ୍ଲାକମେଲ୍ । ଗୀତର ଟାଇଟେଲ୍ ରହିଛି ‘ବଦଲା’ । ଆଉ ଏହି ଗୀତରେ ଅଭିନେତା ଇର୍ଫାନ ନଜର ଆସିଛନ୍ତି । ଗୀତଟିରେ କଣ୍ଠଦାନ କରିଛନ୍ତି ଅମିତ ତ୍ରିବେଦୀ । ବଦଲା ସଙ୍ଗ ରିଲିଜ୍ ଅବସରରେ ବ୍ଲାକମେଲର ପୁରା ଟିମ ନଜର ଆସିଛନ୍ତି । ସଭିଏଁ ଇର୍ଫାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିବା ଏହି ଅବସରରେ କହିଥିଲେ । ତେବେ ସିନେମାଟି ୬ ଏପ୍ରିଲରେ ପରଦାକୁ ଆସିବ ।